ଆମ୍ବପାଳ ଗ୍ରାମରେ ପାଳିତ ମାଙ୍କଡ ଆକ୍ରମଣରେ ବୃଦ୍ଧ ଆହତ : ଥାନାରେ ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡିଆ ପଞ୍ଚାୟତ ସ୍ଥିତ ଆମ୍ବପାଳ ଗ୍ରାମରେ ଏକ ପାଳିତ ମାଙ୍କଡ ଆକ୍ରମଣରେ ବୃଦ୍ଧ ଆହତ ହେବା ପରେ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଆମ୍ବପାଳ ଗ୍ରାମର ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ ସେହି ଗ୍ରାମର ଚୈତା ଦାସଙ୍କ ପାଳିତ ମାଙ୍କଡ ଆକ୍ରମଣ କରି ଆହତ କରିଦେଇଛି । ଆହତ ପୂର୍ଣ୍ଣଚନ୍ଦ୍ର ତାଙ୍କ ପରିବାର ଲୋକଙ୍କ ସହିତ ସନ୍ଧ୍ୟା ସମୟରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବା ପରେ ତାଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ ! ସେ ସୁକିନ୍ଦା ଥାନା ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ସୁକିନ୍ଦା ପୋଲିସ ।

Leave a Reply

Your email address will not be published. Required fields are marked *