ଭଏସ୍ ଅଫ୍ ମିଡ଼ିଆ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ଭଏସ୍ ଅଫ୍ ମିଡ଼ିଆ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳର ବଳଭଦ୍ର କମ୍ପ୍ଲେକ୍ସ ର କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । ସାମ୍ବାଦିକ ଓ ସାମ୍ବାଦିକତା କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଗଠିତ ହୋଇଥିବା ଏହି ଭଏସ୍ ଅଫ୍ ମିଡ଼ିଆ ଓଡ଼ିଶା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର କର୍ମକର୍ତ୍ତା ମାନଙ୍କୁ ନୂତନ ସଦସ୍ୟତା ଗ୍ରହଣ କରାଇବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଙ୍ଗଠନର କର୍ମକର୍ତ୍ତା କିଭଳି ନିଜର ହକ୍ ପାଇପାରିବେ ଏବଂ ସଙ୍ଗଠିତ ହୋଇ ନିଜର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ସମାଜରେ ଅବହେଳିତ ଲୋକଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଏବଂ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରିବେ ସେ ଉପରେ ଆଲୋଚନା – ପର୍ଯ୍ୟାଲୋଚନା କରାଯାଇଥିଲା । ଏନେଇ ଆୟୋଜିତ ବର୍ଣ୍ଣାଢ୍ୟ ପରିବେଶ ରେ ଅତିଥି ଭାବରେ ସଙ୍ଗଠନ ରାଜ୍ୟ ସଭାପତି ପ୍ରଭାତ ମିଶ୍ର , ଜାତୀୟ ସ୍ତରୀୟ ସମ୍ପାଦକ ଇଫତାର ଅଲ୍ଲୀ , ରାଜ୍ୟ ସଂଯୋଜକ ପୂର୍ଣ୍ଣେନ୍ଦୁ ନାୟକ , ଖୋର୍ଦ୍ଧା ଜିଲ୍ଲା ସଭାପତି ସୁକାନ୍ତ ପରିଡ଼ା , ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଧନେଶ୍ୱର ବିଧାର , ଖୋର୍ଦ୍ଧା ଜିଲ୍ଲା ଉପ-ସଭାପତି ରବୀନ୍ଦ୍ର କୁମାର ରଣା , ଲୋହିତ ନାରାୟଣ ମହାପାତ୍ର (ଉପଦେଷ୍ଟା) , ଦିଲ୍ଲୀପ କୁମାର ପ୍ରଧାନ (ସହ-ସମ୍ପାଦକ) , ରଘୁନାଥ ସେଠୀ (ମୂଖ୍ୟ ସଂଯୋଜକ) , ପୂର୍ଣ୍ଣଚନ୍ଦ୍ର ବେହେରା (ସଂଯୋଜନା ମଣ୍ଡଳୀ) , ବାଣପୁର ବ୍ଲକ ପକ୍ଷରୁ ଅନନ୍ତ ଚରଣ ବାରିକ , ରାକେଶ ସାହୁ , ବୈକୁଣ୍ଠନାଥ ପ୍ରଧାନ , କାହ୍ନୁ ଚରଣ ବେହେରା , ମହେଶ୍ୱର ନାୟକ , ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲାର ବହୁ ସାମ୍ବାଦିକ ଏଥିରେ ସାମିଲ ହୋଇ ନୂତନ ସଦସ୍ୟତା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *