ବାଲୁଗାଁ ୧୬ ନଂ ଜାତୀୟ ରାଜପଥ ବେଲପଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର ଗୁରୁତର, ହେଲ୍ପର ମୃତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ନଂ ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଉକ୍ତ ଦୁର୍ଘଟଣା ରେ ଡ୍ରାଇଭର ଗୁରୁତର ହୋଇଥିବାବେଳେ ହେଲ୍ପର ମୃତ ହୋଇଥିବା ସୂଚନା ମିଳିଛି । ଆଜି ଭୋର ଚାରିଟା ସମୟରେ ଘଟଣା ଘଟିଛି। ସୂଚନା ମୁତାବକ ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡା ହେଇଥିବା ଏକ ଟ୍ରକ୍ ପଛକୁ ଧକ୍କା ଦେଇଥିଲା ଆଉ ଗୋଟିଏ ଟ୍ରକ୍ । ଫଳରେ ପଛ ଟ୍ରକରେ ଥିବା ଡ୍ରାଇଭର୍ ଏବଂ ହେଲ୍ପର୍ ଚାପି ହୋଇରହି ଥିବାବେଳେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ କାଟି ଡ୍ରାଇଭର୍ କୁ ଉଦ୍ଧାର କରାଯାଇଥିବା ହେଲ୍ପରକୁ ବାହାର କରିବାରେ ସକ୍ଷମ ହୋଇନଥିଲେ। ଯେସିବି ସାହାଯ୍ୟରେ ଆଗ ଟ୍ରକଟିକୁ ଭିଡିବା ଫଳରେ ପଛ ଟ୍ରକରେ ଚାପି ହୋଇରହିଥିବା ହେଲ୍ପର ଜୋରରେ ଚିଲାଇଥିବା ଘଟଣା ସ୍ଥଳରେ ମୃତ ହୋଇଥିବା ଜଣା ପଢ଼ିଛି। ଗୁରୁତର ଆହାତ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଡାକ୍ତରଖାନାରେ ଭର୍ତି କରାଯାଇଛି।।

Leave a Reply

Your email address will not be published. Required fields are marked *