ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଗତ ଦୁଇଟି ନିର୍ବାଚନରେ ଲାଗୁଥିଲା ଯେମିତି କଂଗ୍ରେସ ଶୋଇଯାଇଛି ! 2019 ସାଧାରଣ ନିର୍ବାଚନ ଏବଂ 2022 ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ର ସ୍ଥିତି ଶୋଚନୀୟ ହୋଇଥିଲା ! ତେବେ 2024 ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଯେମିତି ଚେଇଁ ଉଠିଛି କଂଗ୍ରେସ ! ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଜେନା ଓ ସାଂସଦ ପ୍ରାର୍ଥୀ ୟାସିର୍ ନୱ।ଜ୍ ଙ୍କ କର୍ମୀ ସମ୍ମିଳନୀ ! ସ୍ଥିର ହୋଇଛି ନିର୍ବାଚନୀ ରଣନୀତି ! ଯୁବନେତା ୟାସିର୍ ନୱ।ଜ୍ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ବଦଳିଛି କଂଗ୍ରେସ ର ପ୍ରଚାର ତରିକା ! ତେବେ ନିର୍ବାଚନରେ ଏହା କେତେ ପ୍ରଭାବ ପକାଇବ ତାହାକୁ ଅପେକ୍ଷା !
ଭୁବନେଶ୍ୱର ମଧ୍ୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଜେନା ଓ ସାଂସଦ ପ୍ରାର୍ଥୀ ୟାସିର୍ ନୱ।ଜ୍ ଙ୍କ କର୍ମୀ ସମ୍ମିଳନୀ !!!

