ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଶୁଭେଛା ଜଣାଇଲେ ବିଶ୍ଵ ରଞ୍ଜନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପ୍ରତିବର୍ଷ ମେ ୧ ରେ ସାରା ବିଶ୍ୱର ଶ୍ରମିକ ମାନେ ଶ୍ରମିକ ଦିବସ ଭାବେ ପାଳନ କରିଥାନ୍ତି। ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତିହାସ।

ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ କାମକୁ ସମ୍ମାନ ଦେଇ ଏହି ଶ୍ରମିକ ଦିବସ ପାଳିତ ହେଉଛି । ଏହା ଯେ କେବଳ ଶ୍ରମିକ ମାନଙ୍କ ପ୍ରତି ସମ୍ମାନର ବିଷୟ ତା ନୁହେଁ ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।

ଘଣ୍ଟା ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ୱ ଶ୍ରମିକ ଦିବସ। ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା ।

ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା ।

ସୂଚନାଯୋଗ୍ୟ ଊନବିଂଶ ଶତାବ୍ଦୀରେ, ଶିଳ୍ପପତିମାନେ ଶ୍ରମିକ ଶ୍ରେଣୀକୁ ୧୫ଘଣ୍ଟା ପର୍ଯ୍ୟନ୍ତ କାମ କରି ଶୋଷଣ କରୁଥିଲେ। ଲୋକମାନେ ମନୋରଞ୍ଜନ ପାଇଁ ଦିନର ଏକ ତୃତୀୟାଂଶ ଏବଂ ବିଶ୍ରାମ ପାଇଁ ଅନ୍ୟ ଏକ ତୃତୀୟାଂଶ ପାଇଛନ୍ତି କି ନାହିଁ ନିଶ୍ଚିତ କରିବାକୁ ଆଠ ଘଣ୍ଟିଆ ଶ୍ରମିକ ଆନ୍ଦୋଳନ କରାଯାଇଥିଲା।

ଗୋଟିଏ ସମୟଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣି ଶ୍ରମିକ ମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପଥମେ ରାସ୍ତାକୁ ଉହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି ଶ୍ରମ ନିର୍ଘଣ୍ଟ ୮ ଘଂଟା ମଧ୍ୟରେ ସୀମିତ ରଖାଯାଉ । ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲା ଫଳରେ ହଜାର ହଜାର ଶ୍ରମିକ ରାସ୍ତାକୁ ଆସି ଆନ୍ଦୋଳନ ଆରମ୍ଭ କରିଥିଲେ । ହେଲେ ପୁଞ୍ଜିପତି ଶ୍ରେଣୀ ଏହାକୁ ଦମନ କରିବାକୁ ପଛାଇ ନଥିଲା । ଏହି ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ତାର ଅନୁସନ୍ଧାନ କରିବା ପରିବର୍ତ୍ତେ ଏହା ଶ୍ରମିକ ମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଗୁଳିଚାଳନା ଫଳରେ ନିଜର ହକ୍ ମାଗିବାକୁ ରାସ୍ତାରେ ଆନ୍ଦୋଳନ କରୁଥିବା ଶ୍ରମିକ ମାନଙ୍କ ଜୀବନ ଗଲା । ଏଥିରେ କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀମାନେ ପୋଲିସ ଉପରେ ପ୍ରତିଆକ୍ରମଣ କରିବା ଆରମ୍ଭ କରିଦେଲେ । ପରିସ୍ଥିତି ଅସମ୍ଭାଳ ଓ ଅଣାୟତ । ଏହାକୁ ନଜରରେ ରଖି ଆମେରିକା ସରକାର ତୁରନ୍ତ ଶ୍ରମିକ ମାନଙ୍କର ଦାବି ମାନିନେଲେ ଓ ଦୈନିକ ଶ୍ରମ ନିର୍ଘଣ୍ଟକୁ ୮ ଘଂଟା ମଧ୍ୟରେ ସୀମିତ ରଖିଲେ । ଏହି ଦିନଠାରୁ ସାରା ବିଶ୍ୱରେ ବି ଏହି ଆଇନ ପ୍ରଣୟନ ହେଲା । ଏହାକୁ ଶ୍ରମିକମାନେ ବିଜୟ ଦିବସ ଭାବେ ଏବେ ବି ପାଳନ କରିଆସୁଛନ୍ତି ।

ଭାରତରେ ୧୯୨୩ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନକୁ ଭାରତରେ ପ୍ରଥମେ ମାଡ୍ରାସ ଦିବସ ଭାବେ ମାନି ନିଆଯାଇଥିଲା । ଭାରତରେ ଶ୍ରମିକ ମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଂଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀ ମଜଦୁର କିଷାନ ପାର୍ଟି । ଏହାର ନେତୃତ୍ୱ ନେଇଥିଲେ କମ୍ରେଡ ସିଙ୍ଗରବେଲୁ ଚେଟିଆର । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଂଟା ଶ୍ରମ ନିର୍ଘଣ୍ଟକୁ ସିକୃତି ଦେଇଥିଲେ । ସେହିଦିନ ଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ । ଆଇନ ଅଛି, ହେଲେ ଆଜି ବି ଏ ଆଇନର ଖୋଲା ଖୋଲି ଉଲଙ୍ଘନ ହେଉଛି ।

ସରକାରୀ ଚାକିରୀ ବାହାରେ ଶ୍ରମକୁ ବିଭିନ୍ନ ଉପାୟରେ ଲୁଣ୍ଠନ କରାଯାଉଛି । ଏନେଇ ବିଭିନ୍ନ ଦେଶର ସରକାରମାନେ ଭିନ୍ନ ଭିନ୍ନ ଆଇନ ଆଣିଥିଲେ ବାସ୍ତବ ପରିସ୍ଥିତି ଏଭଳି ସୃଷ୍ଟି କରାଯାଇଛି ଯେ ଶ୍ରମର ଲୁଣ୍ଠନ ନେଇ ପାଟି ଖୋଲିବାକୁ ଶ୍ରମିକ ଆଜି ହିଁ ଅସହାୟ । କୌଣସି ସମାଜ, ଦେଶ ଓ ଶିଳ୍ପର ବିକାଶ ପାଇଁ ଶ୍ରମିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଦେଶ ପ୍ରଥମେ ଶ୍ରମିକର ସର୍ବନିମ୍ନ ଆବଶ୍ୟକତା, ସୁରକ୍ଷା ଓ ପରିସ୍ଥିତି ଉପରେ ନଜର ନଦେଲେ ଦେଶର ଯେଉଁ ବିକାଶ ହେବ ସେହି ବିକାଶର ଲାଭ ହାତଗଣତି କେତେଜଣଙ୍କ ପାଖରେ ଅଟକି ଯିବ ।

Leave a Reply

Your email address will not be published. Required fields are marked *