ପାରିବାରିକ କଳହର କରୁଣ ପରିଣତି : ଯୌତୁକ ଜୁଇ ରେ ଜଳିଲା ଲିଜା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସବୁ କିଛି ଠିକ୍-ଠାକ୍ ଥିଲା , ସାମାନ୍ୟ କଥାକୁ ନେଇ ପାରିବାରିକ କଳହ ଯୋଗୁଁ କୂଳବଧୂ ର ମନ ଅବୁଝା ଥିଲା , ହେଲେ ଏହି ଅବୁଝା ମନ କୁ ମାନ-ଭଞ୍ଜନ କରିବାରେ ଟିକିଏ ବିଳମ୍ବ ହୋଇଗଲା , ଆଉ ସେହି ସମୟ ମଧ୍ୟରେ କୂଳବଧୂ ମାନସିକ ଭାରସାମ୍ୟ ହରାଇ ବସିଲା , ଆଉ ତା’ପରେ ଝୁଲିପଡିଲା , ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲ ନେଇଥିଲୁ , ହେଲେ ଡାକ୍ତର ବାବୁ କୂଳବଧୂ କୁ ମୃତ୍ୟୁ ଘୋଷଣା କରିଛନ୍ତି ବୋଲି କୂଳବଧୂ ର ଶାଶୁଘର ପରିବାର ଲୋକେ କହିଛନ୍ତି । ଅନ୍ୟ ପଟରେ ଅଧିକ ଯୌତୁକ ପାଇଁ ଶାଶୁ ଘର ଲୋକମାନେ ଆମ ଝିଅକୁ ହତ୍ୟା କରିଛନ୍ତି ବୋଲି ମୃତା ର ବାପଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିକୁଣ୍ଡ-ବରଡିହ ଗ୍ରାମର ସନ୍ତୋଷ ପ୍ରଧାନ ସହିତ ବାଣପୁର ଥାନା ମଙ୍ଗଳପୁର ଗ୍ରାମର ଲିଜା ସ୍ୱାଇଁ ର ଆଜକୁ ୫ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା । ଅଧିକ ଯୌତୁକ ପାଇଁ ସନ୍ତୋଷ ପ୍ରଧାନ ଏବଂ ତା’ର ପରିବାର ଲୋକେ କୂଳବଧୂ ଲିଜା ସ୍ୱାଇଁ ଙ୍କୁ ହତ୍ୟା କରିଛନ୍ତି ବୋଲି ମୃତା ଲିଜା ସ୍ୱାଇଁ ର ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ନାଚୁଣୀ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *