ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ପୋଷ୍ଟାଲ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।ମଇ 4 ତାରିଖ ରୁ ଆରମ୍ଭ ହୋଇ ୮ତାରିଖ ପର୍ଯ୍ୟନ୍ତ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଏଥିପାଇଁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ମତଦାନ କେନ୍ଦ୍ର ଖୋଲାଯାଇଛି। ସୂଚନା ରହିଛି ଯେ ସରକାରୀ କର୍ମଚାରୀ ମାନେ ଏହି ପୋଷ୍ଟଲ ଭୋଟିଂ ରେ ଭୋଟ୍ ଦେଉଛନ୍ତି।ସରକାରୀ କର୍ମଚାରୀ ମାନେ ନିର୍ବାଚନ କାର୍ଯ୍ୟରେ ଯୋଗ ଦେବାକୁ ଥିବାରୁ ସେମାନେ ପୋଷ୍ଟଲ ଭୋଟିଂ ରେ ମତଦାନ କରୁଛନ୍ତି।ସରକାରଙ୍କ ଏହି ପଦକ୍ଷେପକୁ ମତଦାନ କରି ନିଜର ମତ ସାଵ୍ୟସ୍ତ କରିପାରି ଥିବାରୁ କର୍ମଚାରୀ ମାନେ ସରକାର ଙ୍କୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି ।
ଗଜପତିର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ପୋଷ୍ଟାଲ୍ ଭୋଟିଂ ପ୍ରକ୍ରିୟା ଆରମ୍ଭ !!!

