କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : କଟକ ଶଙ୍କରପୁର ଅଞ୍ଚଳର ରାକେଶ ରାଉତ । ପିଲାଟି ବେଳୁ ଅନ୍ୟକୁ ସାହାଯ୍ୟ କରିବା ନିଶା ସବୁବେଳେ ନିଜ ହୃଦୟରେ । ନିଜର ସୁନ୍ଦର କାର୍ଯ୍ୟ ପାଇଁ ସମସ୍ତଙ୍କ ହୃଦୟରେ ରାକେଶ । ଯାହାର ଅସୁବିଧା ପଡିଲେ ମନେପଡନ୍ତି ରାକେଶ । ନିଜ ସଞ୍ଚିତ ଅର୍ଥ ରାଶିରେ ଅନ୍ୟ ମାନଙ୍କ ସେବା କରିବା ଏକ ବ୍ରତ ବୋଲି ଗ୍ରହଣ କରିଛନ୍ତି ରାକେଶ ।
ଯେଉଁ ବୟସରେ ବର୍ତ୍ତମାନ ଯୁବପିଢି ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି ସେହି ସ୍ଥାନରେ ରାକେଶ ଅନ୍ୟକୁ ସହାୟତା କରିବା ପାଇଁ ବେଶ ତତ୍ପର । ସାମାଜିକ ଗଣମାଧ୍ୟମରେ ନିଜ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ରାକେଶ ପୁନର୍ବାର ଦେଖାଇଛନ୍ତି ମାନବିକତା । ପ୍ରଥମାଷ୍ଟାମୀ ଥିବା ଅବସରରେ ନିଜ ମାମୁଁଘରୁ ଆସିଥିବା ଅର୍ଥରାଶିରେ ନିଜେ ନୂତନ ବସ୍ତ୍ର ନିଜେ ନ ପିନ୍ଧି ସେହି ଅର୍ଥ ରାଶିରେ ସୁଵର୍ଣପୁର ପଞ୍ଚାୟତର ଘୋଡ଼ାବର ଗ୍ରାମର ଦେବକୀ ଦଳେଇଙ୍କୁ ପ୍ରଥମାଷ୍ଟମୀ ଦିନ ସହାୟତା କରିଥିଲେ । ଦେବକୀଙ୍କ ସଂସାର କହିଲେ ତିନିପ୍ରାଣୀ ର ପରିବାର । ଦେବକୀ ଓ ତାର ଦୁଇ କନ୍ୟା ସନ୍ତାନ ହେଲେ, ଏପରି ଏକ ସମୟ ଆସିଲା ଦେବକୀଙ୍କ ପରିବାରକୁ ଦୁଃଖର ଛାଇ ମାଡି ଆସିଥିଲା । ଏକ ଏପରି ଏକ ଦୁଃଖ ଆସିଲା ସେବେଠାରୁ ନିଜ ସ୍ୱାମୀଙ୍କୁ ହରେଇ ବସିଲେ ଦେବକୀ । ଦେବକୀଙ୍କ ସ୍ୱାମୀ ପେଷାରେ ଦିନ ମଜୁରିଆ ଥିଲେ । ହେଲେ କର୍କଟ ରୋଗ ସବୁ ସୁଖ ଛଡାଇ ନେଲେ ଦେବକୀଙ୍କ ଜୀବନରୁ । ଘଟଣା କ୍ରମରେ ଦେବକୀଙ୍କ ଯୋଗାଯୋଗ ହୋଇଥିଲା କଟକର ରାକେଶଙ୍କ ସହ । ଖାଲି ଏତିକି ନୁହେଁ ଦେବକୀ ରହୁଥିବା ଘରେ ଠିକ ସେ ଛପର ହୋଇ ନ ଥିବାରୁ ଘରେ ବର୍ଷା ହେଲେ ପାଣି ପଡିବା ସହ ଦିନରେ ସୂର୍ଯ୍ୟ କରିଣ ମଧ୍ୟ ଘରେ ପଡିଥାଏ । ଏପରି ସ୍ଥିତି ଦେଖି ରାକେଶ ନିଜ ଚେଷ୍ଟାରେ ତାଙ୍କ ଘରକୁ ଏକ ପଲିଥିନ ପକାଇ ସମ୍ପୂର୍ଣ୍ଣ ଘୋଡାଇ ଦେଇଥିଲେ । ସେବେଠାରୁ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଚୁଟିଥିବା ବେଳେ ବର୍ତମାନ ଯୁବପିଢିଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ରାକେଶ ରାଉତ । ପଚାରିଲେ ରାକେଶ କହନ୍ତି ସବୁଦିନ କିପରି ଜଣକୁ ସାହାଯ୍ୟ କରିବି ଏତିକି ଭାବି ଶୋଇବା ଶେଯରୁ ଉଠିଥାଏ .