ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରକାଶ ପରେ ସୁକିନ୍ଦା ବିଜେଡି ଅଫିସ ଚଳଚଞ୍ଚଳ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପ୍ରକାଶ ପାଇଲା ବିଜେଡି ର ନିର୍ବାଚନୀ ଇସ୍ତାହାର ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ନିର୍ବାଚନୀ ଇସ୍ତାହାର ପ୍ରକାଶ ହେବା ପରେ ସୁକିନ୍ଦା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ବ୍ଲକ ସଭାପତି ବିବେକାନନ୍ଦ ବୋଷ, ବ୍ଲକ ଯୁବ ସଭାପତି ସୁଜିତ ରାଉତ, ଜିଲ୍ଲା ପରିଷଦ ପ୍ରତାପ କେଶରୀ ପଟ୍ଟନାୟକଙ୍କ ସହିତ ବହୁ ବିଜେଡି ନେତା ମିଠା ଖାଇ ବାଣ ଫୁଟାଇ ଖୁଶି ମନାଇଥିବା ଦେଖିବାକୁ ମିଳିଥିଲା । ପରେ ସୁକିନ୍ଦା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସମସ୍ତ କର୍ମୀ ମାନଙ୍କ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଇସ୍ତାହାର ନେଇ ବ୍ଲକ ସଭାପତି ବିବେକାନନ୍ଦ ବୋଷ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ !

Leave a Reply

Your email address will not be published. Required fields are marked *