ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମାଟିର ମହାକବି ଶ୍ରୀ ଜୟଦେବ ଚଳଚ୍ଚିତ୍ର ର ଶୁଭ ମହୁରତ ! ଉତ୍କଳର ସନ୍ଥ , ସାହିତ୍ୟ ସାଧକ ଓ କବି ମାନଙ୍କ ମଧ୍ୟରେ ଚିର ନମସ୍ୟ ଭକ୍ତ କବି ଜୟଦେବ। ଉତ୍କଳ କାହିଁକି , ସାରା ଭାରତ ତଥା ପୃଥିବୀର ସେ ନମସ୍ୟ । ତାଙ୍କ ଲେଖନୀ ନିଃସୃତ ଗୀତି କାବ୍ୟ ଗୀତଗୋବିନ୍ଦ ସଂସ୍କୃତ ଭାଷାରେ ଏକ ଅନବଦ୍ୟ ସୃଷ୍ଟି । ପବିତ୍ର ଅକ୍ଷୟ ତୃତୀୟା ଓ ଜୟଦେବଙ୍କ ଜୟନ୍ତୀ ଅବସରରେ ଜୟଦେବ ଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ର ଶୁଭ ମହୁରତ ହୋଇଯାଇଛି । ଅଭିନେତା ସମିର ତ୍ରିପାଠୀ, ସଂଗୀତଜ୍ଞ ମନୋଜ ମିଶ୍ର, ପ୍ରାଚୀ ଗବେଷକ ହଂସନାଥ ସାହୁ, ଶିଶୁ ସାହିତ୍ୟିକା ତନୟା ଦାସ୍ ଗୋସ୍ଵାମୀ, କବି ଭଗବାନ ସାହୁ, କବି ଅଭିମନ୍ୟୁ ନାଯକ, ସଞ୍ଚୟ ମାହାପାତ୍ର, କବି ଜଗନ୍ନାଥ ପାଢ଼ୀ , କବି ମନିଷା ମଞ୍ଜରୀ ସାହୁ , ସୁଧାକର ଜେନା, ଜ୍ୟୋସ୍ନା ନାୟକ , ପ୍ରତିଭା ନାୟକ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଚଳଚ୍ଚିତ୍ରର ସମସ୍ତ ଦାୟିତ୍ବ ଅନ୍ତର୍ଜାତୀୟ ସମ୍ମାନ ପ୍ରାପ୍ତ ଶେଖ୍ ଗୁଲଜାର୍ ହୁସେନ୍ ତୁଲାଉଥିବା ବେଳେ ଏଥିରେ ସମ୍ପୂର୍ଣ ସହଯୋଗ କରୁଛନ୍ତି ଭାବଗ୍ରାହୀ ଗୋଛାୟତ ଓ ବିଜୟ ମେହେର ।
ମାଟିର ମହାକବି ଶ୍ରୀ ଜୟଦେବ ଚଳଚ୍ଚିତ୍ର ର ଶୁଭ ମହୁରତ !!!

