ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସି ଆଇ ଆଇ ) ଦିଲ୍ଲୀ, ପକ୍ଷରୁ ଏକତା ପରିଷଦ ଟ୍ରଷ୍ଟ ର ପ୍ରତିଷ୍ଠାତା ମୁଖ୍ୟ ସୁଶ୍ରୀ ସନ୍ଧ୍ୟା ଦେବୀ ଙ୍କୁ ଖୋର୍ଦ୍ଧା ଜିଲ୍ଲାରେ ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳ ରେ ୮୦ ହଜାର ଗ୍ରାମୀଣ ମହିଳାଙ୍କୁ ମହିଳା ମାନବାଧିକାର ସମ୍ପର୍କ ରେ ସଚେତନା କର୍ତ୍ତା ରୂପେ ଏକଯାମ୍ପଲାରି ଗ୍ରାମୀଣ ମହିଳା ନେତୃତ୍ୱ କାର୍ଯ୍ୟକର୍ତ୍ତା ହିସାବରେ ନୂଆ ଦିଲ୍ଲୀ ଠାରେ ଏକ ଭବ୍ୟ ସମାରୋହ ରେ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମଣ ଦ୍ୱାରା ସମ୍ମାନିତ କରାଯାଇଛି । ଦୀର୍ଘ ତିରିଶ ବର୍ଷ ଧରି ଗ୍ରାମୀଣ ଆଦିବାସୀ ଅଞ୍ଚଳ ରେ କାର୍ଯ୍ୟରତ ଏକତା ପରିଷଦ ଟ୍ରଷ୍ଟ ର ପ୍ରତିଷ୍ଠାତା ମୁଖ୍ୟ ସୁଶ୍ରୀ ସନ୍ଧ୍ୟା ଦେବୀ ଚଳିତ ବର୍ଷ ଭାରତ ର ୧୫ ଜଣ ମୁଖ୍ୟ ମହିଳା ନେତୃତ୍ୱ କର୍ତ୍ତାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଦିଲ୍ଲୀ ଠାରେ ଏକ ଭବ୍ୟ ସମାରୋହ ରେ ଦେଶର ଅର୍ଥ ମନ୍ତ୍ରୀ ସୁଶ୍ରୀ ନିର୍ମଳା ସୀତାରମଣ ଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରା ଯାଇଛି। ବାଣପୁର ମାଟିର ଝିଅ ଗ୍ରାମୀଣ ସ୍ତର ରୁ ଯାଇ ଏହି ଶ୍ରେଷ୍ଠ ସମ୍ମାନ ପାଇଥିବାରୁ ବାଣପୁର ପାଇଁ ସେ ଗର୍ବିତ ବୋଲି ପ୍ରକାଶ କରିଛନ୍ତି । ଏହି ସମ୍ମାନ ପାଇଁ ଯେଉଁ ମାନେ ତାଙ୍କ ନାମକୁ ପ୍ରସ୍ତାବିତ କରିବା ସହିତ ସହଯୋଗ ସମର୍ଥନ କରିଥିଲେ ସମସ୍ତଙ୍କୁ ସେ ଧନ୍ୟବାଦ କହିଛନ୍ତି ।।


