ରଣପୁର ରେ ବିଜେପି ପାଇଁ ପ୍ରଚାର – ବାଙ୍କୀ ରେ କହୁଛନ୍ତି ହାତ ଚିହ୍ନରେ ଦିଅ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯେଉଁ ନେତା କୁହନ୍ତି – ଲୋକଙ୍କ ସେବା ପାଇଁ ରାଜନୀତି କୁ ଆସିଛୁ , ତାହା ପୁରା ମିଛ ! ଲୋକସେବା ଖାଲି ମିଡ଼ିଆ ଆଗରେ ବାଇଟ ଦେବା ସମୟରେ ଗୋଟେ ଘୋଷା ଧାଡି , ହେଲେ ଅସଲ ଉଦ୍ଦେଶ୍ୟ ଅଲଗା ! ଆଉ ସେଇ ନେତା ମାନଙ୍କର ବାସ୍ତବ ରୂପ ସାମନାକୁ ଆସେ ଯେବେ ଦଳୀୟ ଟିକେଟ କଟିଯାଏ ! ଏପରି ଏକ ଘଟଣା ଘଟିଛି ବାଙ୍କୀ ରେ ! ବାଙ୍କୀ ରୁ ବିଜେପି ଟିକେଟ ପାଇବା ପାଇଁ ପାଖାପାଖି ପାଞ୍ଚ ଜଣ ଆଶାୟୀ ଥିଲେ , ହେଲେ ଦଳ ଟିକେଟ ଦେଇଥିଲା ବାରଙ୍ଗ ବତିଶ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ! ତାପରେ ଆରମ୍ଭ ହେଲା ଅନ୍ୟ ଟିକେଟ ଆଶାୟୀ ମାନଙ୍କର ଖେଳ ! କିଏ ନିଜର ସମର୍ଥକ ମାନଙ୍କୁ କଂଗ୍ରେସ ରେ ମିଶାଇ ଦେଲା ତ ଆଉ କିଏ ନିଜ ଅନୁଗତ ମାନଙ୍କୁ ଗୁପ୍ତଚର କରି ତୁଷାରଙ୍କ କ୍ୟାମ୍ପ କୁ ପଠାଇ ସବୁ ଘଟଣା ଉପରେ ନଜର ରଖିଛି ! ହେଲେ ଜଣେ ନେତାଙ୍କ କାରନାମା ନେଇ ଏବେ ବାଙ୍କୀ ରେ ଜୋରଦାର ସମାଲୋଚନା , ରଣପୁର ନିର୍ବାଚନ ମଣ୍ଡଳୀରେ ସେ ମହାଶୟ ବିଜେପି ପ୍ରାର୍ଥୀ ସୁରମା ପାଢ଼ୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ , ବାଙ୍କୀ ରେ ନିଜ କର୍ମୀଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ କହୁଛନ୍ତି ! ଆଉ ବାଙ୍କୀ ବିଜେପି ନେତାଙ୍କର ଏପରି ଗୁଣ ଦେଖି , ସମାଲୋଚକ କହୁଛନ୍ତି – ବାଙ୍କୀ ବିଜେପି ଚାଲୁଛି ଅଳପ , ଝୁଂଟୁଛି ବେଶୀ !

Leave a Reply

Your email address will not be published. Required fields are marked *