ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକରେ ବନ ମହୋତ୍ସବ କେବଳ ଗୋଟେ ପ୍ରହସନ ପାଲଟିଛି | ସ୍ବେଛାସେବୀ ପାଳୁଛନ୍ତି ବନମହୋତ୍ସବ , ବିଦ୍ୟାଳୟ ମାନଙ୍କରେ ଏଥିପ୍ରତି ଆଗ୍ରହ ନାହିଁ | ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟ କରି ରାଜକୋଷରୁ ଲକ୍ଷ୍ୟାଧିକ ଟଙ୍କା କରୁଛନ୍ତି | ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ବନ ମହୋତ୍ସଚ କରାଯାଇ ସଚେତନ ପାଇଁ ଗଣ ମାଧ୍ୟମରେ ବିଜ୍ଞାପନ ଦିଆଯାଇଥାଏ | ଚଳିତ ବର୍ଷର 77 ତମ ବନ ଉତ୍ସବ କାର୍ଯ୍ୟକ୍ରମରେ ସରକାରୀ ସ୍ତରରେ ସେତେ ଆଗ୍ରହ ଦେଖାଯାଇନି ଡମପଡା ବ୍ଲକରେ | କେବଳ ନିର୍ଦ୍ଧିଷ୍ଟ କେତୋଟି ସ୍ବେଛାସେବୀ ଅନୁଷ୍ଠାନ ବନ ମହୋତ୍ସବ ସପ୍ତାହ ପାଳନରେ କିଛି ଗଛ ଲଗାଇ ଫଟୋ ଉଠାଇ ଗଣମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି | ଡମପଡା ବ୍ଲକରେ ଥିବା ଛପନଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ 33 ଟି ଉଚ୍ଚ ବିଦ୍ୟାଳୟର ମାତ୍ର ସାତ ଆଠୋଟି ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ହୋଇଥିବାର ଦେଖାଯାଇଛି | ଯଦିଓ ଗତବର୍ଷ ସରକାର” ମା ପାଇଁ ଗଛ ଟିଏ “କାର୍ଯ୍ୟକ୍ରମ ନାମରେ ବ୍ୟାନର ଏବଂ ଗଛ ଲଗାଇବା ପାଇଁ କିଛି ଖର୍ଚ୍ଚ ବ୍ୟବସ୍ଥା କରିଥିବାରୁ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ମାନେ ଆଗ୍ରହ ଦେଖାଇଥିଲେ କାର୍ଯ୍ୟକ୍ରମ କରିବା ପାଇଁ | ଚଳିତ ବର୍ଷ ଶିକ୍ଷା ବିଭାଗ ତରଫରୁ ସେପରି କିଛି ସୁବିଧା ନ ଥିବାରୁ କୌଣସି ବିଦ୍ୟାଳୟ ପାଳନ କରି ନ ଥିବାର ଜଣା ପଡିଛି | ଏ ସମ୍ପର୍କରେ ସିଆରସିସି ଶିକ୍ଷୟିତ୍ରୀ ମୋନାଲିସା ନନ୍ଦ କୁହନ୍ତି ଯେ, ପ୍ରତି ବିଦ୍ୟାଳୟ ତରଫରୁ ନିଜ ଆଡୁ ପିଲାମାନଙ୍କୁ ସଚେତନ କରିବା ପାଇଁ ବୃକ୍ଷରୋପଣ ଓ ପରିବେଶ ସଚେତନ ପାଇଁ କାର୍ଯ୍ୟ କରିବା ଉଚିତ | ସାମାଜିକ କର୍ମୀ ମାନସ କୁମାର ନାୟକ କୁହନ୍ତି ଯେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ମାନେ ହଜାର ହଜାର ଟଙ୍କା ପାଇଲା ପରେ ବି ଖଣ୍ଡିଏ ପେପର କି ମାଗଣାରେ ବଣ୍ଟା ଯାଉଥିବା ଗଛ ଆଣି ନିଜ ବିଦ୍ୟାଳୟରେ ପୋଗ୍ରାମ କରୁନାହାନ୍ତି | ଆଉ କାହାକୁ ଆମେ ସଚେତନ କରିବା ଯେ, ଯୋଉଠି ଶିକ୍ଷକ ମାନେ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରିବାକୁ କଂଜୂସ ରହି କେବଳ ସରକାରଙ୍କ ଅନୁଦାନକୁ ଚାହିଁ ରହୁଛନ୍ତି | ସରକାରୀ ସ୍ତରରେ ମଧ୍ୟ ବ୍ୟାପକ ପ୍ରଚାର ପ୍ରସର ସତ୍ୟେ ମଧ୍ୟ ଗାଁ ଲୋକମାନେ ବିଭିନ୍ନ କିସମର ଗଛ ବନ ବିଭାଗରୁ ନେଉ ନାହାନ୍ତି, ଅଳ୍ପ କିଛି ପ୍ରକୃତିପ୍ରେମୀ ଏବଂ ସ୍ବେଛାସେବୀ ଅନୁଷ୍ଠାନ ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହରେ ସ୍ୱ ଇଚ୍ଛାରେ ଗଛ ନେଇ ଲଗାଇ ଥିବାର ତାଳବସ୍ତ ଡମପଡା ଜଙ୍ଗଲ ବିଭାଗର ବନପାଳ ବିକାଶ କୁମାର ପଲେଇ କୁହନ୍ତି | ବିଭାଗ ତରଫରୁ କର୍ମଚାରୀ ମାନେ ଗାଁ ଗାଁ ବୁଲି ନିଜ ଆଡୁ ନେଇ ଗଛ ବଣ୍ଟନ କରି ଲଗାଇବାକୁ ପରାମର୍ଶ ଦେଇଛନ୍ତି | ସରକାରୀ ସ୍ତରରେ ଦିଆ ଯାଉଥିଲା ପ୍ରକୃତିବନ୍ଧୁ ଏବଂ ପ୍ରକୃତିମିତ୍ର ପୁରସ୍କାର ପାଇଁ କୌଣସି ବିଦ୍ୟାଳୟ ତରଫରୁ ଦରଖାସ୍ତ କରାଯାଉନାହିଁ ତେଣୁ ପ୍ରତିବର୍ଷ ଯେଉଁ ଜଣେ ଦୁଇଜଣ ବ୍ଲକରେ ଦରଖାସ୍ତ କରିଥାନ୍ତି ସେହି ମାନଙ୍କୁ ପୁରସ୍କାର ମିଳୁଅଛି | ବିଦ୍ୟାଳୟ ମାନଙ୍କରେ ଇକୋ କ୍ଲବ କେବଳ ଫଟୋ ଆଉ କାଗଜପତ୍ରରେ ରହି ଯାଉଅଛି | ଆଜିର ଏ ଦୁର୍ଦ୍ଦିନ ଘଡ଼ିସନ୍ଧି ଅସନ୍ତୁଳନ ସମାଜ ଭିତରେ ପରିବେଶ ସୁରକ୍ଷା ଏବଂ ବ୍ୟାପକ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ କେବଳ ସ୍ୱଚ୍ଛସେବୀ ମାନଙ୍କ ଭିତରେ ସୀମିତ ନ ରହି ସରକାରୀ ସ୍ତରରେ ସମସ୍ତ ବିଭାଗ ଓ ବିଦ୍ୟାଳୟ ମାନଙ୍କରେ ବନ ମହୋତ୍ସବ ପାଳନ ପାଇଁ ତାଗିଦ ରହୁବୋଲି ବ୍ଲକର ଶିକ୍ଷାବିତ ଏବଂ ବୁଦ୍ଧିଯିବି କୁହନ୍ତି |
ସ୍ବେଛାସେବୀ ପାଳୁଛନ୍ତି ବନମହୋତ୍ସବ : ବିଦ୍ୟାଳୟ ମାନଙ୍କରେ ଏଥିପ୍ରତି ଆଗ୍ରହ ନାହିଁ !!!

