ଆମ୍ ଆଦମୀ ପାର୍ଟି ର ଚିଲିକା ବିଧାନସଭା ପ୍ରାର୍ଥୀ ଙ୍କ ଜନସମ୍ପର୍କ ଯାତ୍ରା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ୨୫ ତାରିଖ ରେ ଚିଲିକାରେ ହେବ ମତଦାନ । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଛନ୍ତି । ଦଳୀୟ ପ୍ରାର୍ଥୀ ମାନେ ଯେପରି ଢ଼ଙ୍ଗରେ ନିଜର ପ୍ରଚାର କରି ନିଜ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି ଠିକ୍ ସେହିପରି ଆମ୍ ଆଦମୀ ପାର୍ଟି ର ଚିଲିକା ବିଧାନସଭା ପ୍ରାର୍ଥୀ ମଧ୍ୟ ଦିନରାତି ଏକ କରି ଗାଁ ଗାଁ ବୁଲି ଲୋକଙ୍କୁ ଭେଟି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଚାପ ମୁକ୍ତ ହୋଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଚିଲିକା ନିର୍ବାଚନ ମଣ୍ଡଳୀର ଆମ୍ ଆଦମୀ ପାର୍ଟି ର ବିଧାନ ସଭା ପ୍ରାର୍ଥୀ ହୋଇଛନ୍ତି ସଂଗ୍ରାମ କେଶରୀ ପରିଡ଼ା । ଆମ୍ ଆଦମୀ ପାର୍ଟି ର ରାଜ୍ୟ ମୁଖ୍ୟ ନିଶିକାନ୍ତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁନୀଲ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ବିଧାନସଭା ପ୍ରାର୍ଥୀ ସଂଗ୍ରାମ କେଶରୀ ପରିଡ଼ା ତାଙ୍କ ସହକର୍ମୀ ଏବଂ ସମର୍ଥକ ମାନଙ୍କୁ ନେଇ ବଡକୂଳ ଠାରୁ ବାଲୁଗାଁ ଓ ବାଣପୁର ଦେଇ ଗମ୍ଭାରୀମୁଣ୍ଡା ପର୍ଯ୍ୟନ୍ତ ଏକ ବିଶାଳ ଜନସମ୍ପର୍କ ଯାତ୍ରା କରି ଭୋଟର ମାନଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *