ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ବାଜିମାତ କରିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରତନପୁର ଗ୍ରାମର ମାତା ବି ମଞ୍ଜୁଲା ନାଇଡୁ ଓ ପିତା ବି ମନୋଜ କୁମାର ନାଇଡୁ ଙ୍କ ଏକମାତ୍ର କନ୍ୟା ବି ଦୀପିକା ନାଇଡୁ । ଏଥର ସମସ୍ତଙ୍କୁ ପଛରେ ପକାଇ ବ୍ଲକ୍ ଟପର୍ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଦୀପିକାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଶୁଅ ଛୁଟିବାର ଲାଗିଛି । ଦୀପିକା ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ଅଧ୍ୟୟନ କରୁଥିଲେ । ତେବେ ଦୀପିକା ସମୁଦାୟ ୬୦୦ ନମ୍ବରରୁ ୫୦୯ ମାର୍କ ( ୮୪.୮୩% ) ରଖି ଉକ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସେ ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଟାଙ୍ଗି ବ୍ଲକ୍ ରେ ମଧ୍ଯ ପ୍ରଥମ ଅଧିକାର କରିଥିବାର ବିଦ୍ୟାଳୟ ସୂତ୍ରରୁ ପ୍ରକାଶ । ସୂଚନା ଥାଉକି ସେ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ରୀ ହୋଇଥିବା ବେଳେ ଦଶମ ଶ୍ରେଣୀରେ ମଧ୍ୟ ଶତକଡା ୯୧ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଦୀପିକା ରତନପୁରର ଟିଭି ସାମ୍ବାଦିକ ବି ମନୋଜ କୁମାର ନାଇଡୁ ଓ ମାତା ଶିକ୍ଷାବିତ୍ ମାଞ୍ଜୁଲା ନାଇଡୁଙ୍କ ଏକମାତ୍ର କନ୍ୟା ଅଟନ୍ତି । ତେବେ ସଂକୃତିଙ୍କ ସଫଳତା ପାଇଁ ସେ ପିତା ମାତା ସମେତ ତାଙ୍କ ଗୁରୁଜୀ ଶ୍ୟାସୁନ୍ଦର ପଟ୍ଟନାୟକ , କଲେଜ ର ସମସ୍ତ ଗୁରୁଜୀ ଗୁରୁମା ଓ ସହ ପାଠୀଙ୍କୁ ଶ୍ରେୟ ଦେଇଛନ୍ତି ଦେଇଥିବାର ପ୍ରକାଶ କରିଛନ୍ତି । ଏଥିପାଇଁ ରତନପୁର ବାସୀ, କଲେଜ ର ସମସ୍ତ କର୍ମକର୍ତ୍ତା ଓ ନିରାକାରପୁର ସ୍ଥିତ ଚାଣକ୍ୟ କୋଚିଙ୍ଗ ସେଣ୍ଟର୍ ଗର୍ବ ଅନୁଭବ କରିଥିବା ବେଳେ ତାଙ୍କର ଉତ୍ତୋରତର ଉନ୍ନତି କାମନା ସହ ଶୁଭେଚ୍ଛା ଜଣାଇଛନ୍ତି ।