ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ଗ୍ରାମରେ ସୁକିନ୍ଦା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରିତୀରଞ୍ଜନ ଘଡାଇଙ୍କ ନିର୍ବାଚନ ପ୍ରଚାର ସମୟରେ ଉତ୍ତେଜନା । ସୂଚନା ମୁତାବକ ସୁକିନ୍ଦା ବିଜେଡି ବିଧାୟକ ପ୍ରାର୍ଥୀ ଇଂ ପ୍ରିତୀରଞ୍ଜନ ଘଡାଇ ନିର୍ବାଚନ ପ୍ରଚାର ଗାଡ଼ି ମାଧ୍ୟମରେ ତାଙ୍କର କର୍ମୀ ମାନଙ୍କ ସହିତ ଶୋଭାଯାତ୍ରା କରି ବାରଗାଡିଆ ଗ୍ରାମ ଅତିକ୍ରମ କରୁଥିବା ବେଳେ ବାରଗଡିଆ ଗ୍ରାମବାସୀ ବିରୋଧ କରିଥିବା ଦେଖିବାକୁ ମିଳିଛି । କଳିଙ୍ଗନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରିତୀରଞ୍ଜନ ଘଡାଇ ଥିବା ନିର୍ବାଚନୀ ପ୍ରଚାର ଗାଡିକୁ ଆଗକୁ ଆଗେଇ ନେଇଥିବା ଦେଖିବାକୁ ମିଳିଥିଲା ।
ବାରଗାଡିଆ ଗ୍ରାମରେ ପ୍ରିତୀରଞ୍ଜନ ଙ୍କ ନିର୍ବାଚନ ପ୍ରଚାର ସମୟରେ ଉତ୍ତେଜନା !!!

