ଓଡ଼ିଶା କମ୍ପ୍ୟୁଟର ଏକାଡେମୀ, କଟକ ଶାଖା ଦ୍ବାରା ରକ୍ତଦାନ ଶିବିର ଆୟୋଜିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡ଼ିଶା କମ୍ପ୍ୟୁଟର ଏକାଡେମୀ, କଟକ ଶାଖା ଦ୍ବାରା ରକ୍ତଦାନ ଶିବିର ଆୟୋଜିତ ! ରାଜ୍ୟରେ ଦେଖା ଯାଉଥିବା ରକ୍ତ ଅଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ମହତ କାର୍ଯ୍ୟ ଆୟୋଜନ କରି ଆସୁଥିବା ବେଳେ ଏହାକୁ ଗୁରୁତ୍ବ ଦେଇ କଟକର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଓଡ଼ିଶା କମ୍ପ୍ୟୁଟର ଏକାଡେମୀ ରକ୍ତଦାନ ଶିବିର ଆୟୋଜନ କରିଛି । ଅନୁଷ୍ଠାନର ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ବିଗତ କିଛି ବର୍ଷ ଧରି ଏପରି ରକ୍ତଦାନ ଶିବିର ଆୟୋଜନ କରି ଆସୁଛି । ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଆସି ଖୁବ୍ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ଏହାକୁ ଓଡିଶା କମ୍ପ୍ୟୁଟର ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ରାଉତ ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଡକ୍ଟର ମନୋରଞ୍ଜନ ପୃଥଲ୍ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ! ଏସସିବି ରକ୍ତ ଭଣ୍ଡାର ଏବଂ ଓଡ଼ିଶା କମ୍ପ୍ୟୁଟର ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୧୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Leave a Reply

Your email address will not be published. Required fields are marked *