ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଠାରେ ଗୁମି ଏବଂ କାପ୍ତାପଲ୍ଲୀ ପଞ୍ଚାୟତ ର ଯୁବ କ୍ରିକେଟର ଙ୍କୁ ନେଇ ଉଦ୍ଘାଟନ ହୋଇଯାଇଛି କଷ୍ଟି ଡାକୁଆ ପ୍ରିମିୟର ଲିଗ l ଟୁର୍ଣ୍ଣାମେଣ୍ଟ ମୋଟ ୬ ଟି ଟିମ ରେ ବିଭକ୍ତ ହୋଇଥିବା ବେଳେ, ୬ ଜଣ ସମାଜସେବୀ ଟିମ ମାନଙ୍କୁ କିଣିଥିଲେ l ଆୟୋଜକ ବଜରଙ୍ଗୀ କ୍ରିକେଟ କ୍ଳବ ର ସଭାପତି ମାନସ ରଞ୍ଜନ ସାହୁ ଏବଂ ପ୍ରତିଷ୍ଠାତା ସଞ୍ଜୟ ଆଚରି କହିଛନ୍ତି ଯେ ଆମେ ପ୍ରଥମ ଥର ପାଇଁ ଆମ ଅଞ୍ଚଳରେ IPL ଷ୍ଟାଇଲ ରେ ପୁଣି ସ୍ୱାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆ ଙ୍କ ନାମରେ ନାମିତ କରି KPL କରିଥିବାରୁ ଅଞ୍ଚଳ ର ଯୁବକ ମାନେ ଖୁସି ଅଛନ୍ତି ଏବଂ ସେମାନେ ଏଠି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି l ଏବଂ ଯେଉଁ ମାନେ ଟିମ କିଣିଛନ୍ତି ସେମାନଙ୍କୁ ମଧ୍ୟ୍ୟ ଧନ୍ୟବାଦ ଦେଇଛନ୍ତି l
ଗୁମିରେ ଉଦଘାଟିତ ହୋଇଯାଇଛି କଷ୍ଟି ଡାକୁଆ ପ୍ରିମିୟର ଲିଗ !!!

