ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଗତ ଚାରି ତାରିଖରେ ନିର୍ବାଚନୀ ଫଳାଫଳର ସ୍ପଷ୍ଟ ଚିତ୍ର ଆସିବା ପରେ ସବୁ କ୍ୟାମେରା ଖୋଜିଥିଲା ଗୋଟିଏ ଲୋକକୁ ! ଯିଏ ପୁରା ରାଜ୍ୟ ବୁଲି ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ହୋ ହଲ୍ଲା କରୁଥିଲା , ତାଠାରୁ ପ୍ରତିକ୍ରିୟା ନେବା ପାଇଁ ସମସ୍ତେ ଖୋଜିଲେ ! ହେଲେ କିଛି ଖୋଜ ଖବର ମିଳିଲାନି ! ଶେଷରେ ଦିଲ୍ଲୀ ଏୟାରପୋର୍ଟ ର କିଛି ଦୃଶ୍ୟ ସହିତ ଖବର ପ୍ରସାରଣ କଲା ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ! ତାପରେ ବିଜେଡିର ସବୁଠାରୁ ସମାଲୋଚିତ ଚେହେରା ଆସିଲେ ସାମନାକୁ ! ଦଳୀୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପାଣ୍ଡିଆନ ଦିଲ୍ଲୀ ଗସ୍ତ କରିଥିବାର ସ୍ପଷ୍ଟୋକ୍ତି ଦେଲେ ! ଯେଉଁ ଘଟଣା ନେଇ ଅସନ୍ତୋଷ ଏତେ ବଢିଛି , ପୁଣି ସେଇ ଘଟଣା ଘଟିଲା ! ନବୀନ ବାବୁ ଇସ୍ତଫା ଦେବା ପରେ ମନଦୁଃଖରେ ଥିବା ଲୋକେ କହିଲେଣି , ଏଗୁଡା ଜମା ସୁଧୁରିବେନି – ଯାହା ହେଇଛି ଠିକ ହେଇଛି !