ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବନ୍ଧୁ ପତ୍ନୀ ଙ୍କୁ ପ୍ରେମ ନିବେଦନ କରିବା ଏବଂ ଏଥିରେ ସମ୍ମତି ନହେବାରୁ ଦୁଷ୍କର୍ମ ର ଶିକାର ହେବା ସହ ନଗ୍ନ ଫଟୋ ଭାଇରଲ କରିବା ପାଇଁ ଧମକ ଦେବା ଘଟଣା ରେ ପୀଡିତା ମହିଳା ଥାନା ରେ ଦ୍ୱାରସ୍ଥ ହୋଇ ୧୦ ଦିନ ହେଲା ପୋଲିସ ଠାରୁ ନ୍ୟାୟ ପାଇବା ଅପେକ୍ଷା ରେ ରହିଛନ୍ତି । ଅଭିଯୋଗ ରୁ ପ୍ରକାଶ ଯେ ନରେନ୍ଦ୍ରପୁର ପଞ୍ଚାୟତ ର ଜଣେ ୨୬ ବର୍ଷୀୟା ମହିଳା ଯାହାଙ୍କ ସ୍ୱାମୀ ହାଇଦ୍ରାବାଦ ରେ ଏକ କମ୍ପାନୀ ରେ କାମ କରୁଛନ୍ତି ସେଠାରେ ସାହସପୁର ଗ୍ରାମର ରତିକାନ୍ତ ମହାନ୍ତି ନାମକ ଜୈନିକ ବ୍ୟକ୍ତି ଙ୍କ ସହିତ ୪ ବର୍ଷ ପୂର୍ବ ରୁ ବନ୍ଧୁତା ହୋଇଥିଲା । ବନ୍ଧୁତା ର ସୁଯୋଗ ନେଇ ରତିକାନ୍ତ ଉକ୍ତ ମହିଳା ଙ୍କ ସହିତ ଫୋନ ରେ କଥାବାର୍ତ୍ତା ହୁଅନ୍ତି । ପୀଡିତା ଙ୍କ ସ୍ୱାମୀ ରୋଗାଗ୍ରସ୍ତ ଥିବାରୁ ସେ ପୀଡିତା ଙ୍କୁ ବାହା ହେବା ପାଇଁ ବାରମ୍ବାର ଅନୁରୋଧ କରିବାରେ ପୀଡିତା ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ । ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ପୀଡିତା ଜଣଙ୍କ ନିଜ ବାପ ଘର ମଙ୍ଗଳପୁର ଗ୍ରାମକୁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କ ର ମା, ଭାଇ ଓ ଭାଉଜ ପୁରୀ ଯାଇଥିବାରୁ ସେ ଏକାକୀ ଥିବା ସମୟ ର ସୁଯୋଗ ନେଇ ରତିକାନ୍ତ ପୀଡିତା ଙ୍କ ବାପ ଘରକୁ ଆସି ତlଙ୍କୁ ପ୍ରେମ ନିବେଦନ କରି ବାହା ହେବା ପାଇଁ କହିଥିଲେ ! କିନ୍ତୁ ପୀଡିତା ଜଣଙ୍କ ରାଜି ନ ହେବାରୁ ତାଙ୍କୁ ଉଲଗ୍ନ କରି ଜୋର ଜବରଦସ୍ତ ଧର୍ଷଣ କରିବା ସହ ତାଙ୍କର ଉଲଗ୍ନ ଫୋଟୋ ମୋବାଇଲ ରେ ଉଠାଇ ଧମକ ଦେଇଥିଲା ଯେ ସେ ଯେତେବେଳେ ଚାହିଁବ ତାଙ୍କୁ ଉପଭୋଗ କରିବ ଏ ଘଟଣା ବିଷୟରେ କାହାକୁ କହିଲେ ତାଙ୍କର ଉଲଗ୍ନ ଫୋଟ କୁ ସାମାଜିକ ଗଣମାଧ୍ୟମ ରେ ଭାଇରାଲ କରି ବଦନାମ କରିଦେବ ଯାହା ଫଳରେ ସେ କାହାରିକୁ ମୁହଁ ଦେଖାଇ ପାରିବ ନାହିଁ । ଘଟଣା ଘଟିବା ର ରାତିରେ ଯେତେବେଳେ ପୀଡିତାଙ୍କ ମା, ଭାଇ, ଭାଉଜ ଘରକୁ ଫେରିଲେ ସେ ଏ ସବୁ ବିଷୟ କହିବା ସଙ୍ଗେ ସଙ୍ଗେ ତା ପରଦିନ ଶାଶୁ ଘରକୁ ଯାଇ ତାଙ୍କ ସ୍ୱାମି ଙ୍କୁ ସବୁକଥା ଜଣେଇଥିଲେ. ଏବଂ ତା ପରଦିନ ଏ ସମ୍ପର୍କ ରେ ଥାନାରେ ଅଭିଯୋଗ କରିବା ପାଇଁ ଯାଉଥିବା ବେଳେ ବାଟରେ ଅଭିଯୁକ୍ତ ରତିକାନ୍ତ ନିଜ ବାପା, ଏବଂ ଭାଉଜ ଙ୍କ ସହ ତାଙ୍କୁ ଅଟକାଇ ଧମକ ଚମକ ଦେଇ ଗାଁ କୁ ଫେରାଇ ଦେବା ସହ ଭୟଭୀତ କରିବାରୁ ସେ ଥାନାକୁ ଆସି ପାରୁନଥିଲେ. କିନ୍ତୁ କୌଣସି ମତେ ସାହସ କରି ମେ ମାସ ୩୦ ତାରିଖ ରେ ସେ ଥାନାରେ ଅଭିଯୋଗ କରିଥିଲେ. ବାଣପୁର ପୋଲିସ ର ତଦନ୍ତ କାରି ଅଫିସର ଗାୟତ୍ରୀ ଗୋଛାୟତ ପୀଡିତା ଙ୍କୁ ଡାକ୍ତରୀ ମାଇନା କରି ପୀଡିତା ଙ୍କୁ ବୟାନ ଦର୍ଜ କରି ମାମଲା ରୁଜୁ କରିଥବା ବେଳେ ଅଭିଯୁକ୍ତ କୁ ଅତିଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।।
ଦୁଷ୍କର୍ମ ପୀଡିତା ଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ : ଅଭିଯୁକ୍ତ ଫେରାର !!!

