ପାରିବାରିକ କଳହ କୁ କେନ୍ଦ୍ର କରି ଗଛରେ ରସି ଲଗାଇ ଯୁବକର ଆତ୍ମହତ୍ୟା !!

0
211

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପାରିବାରିକ କଳହକୁ କେନ୍ଦ୍ର କରି ମହୁଲ ଗଛରେ ରସି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି l ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡା ର ସଞ୍ଜୟ ବିଶିମାଝୀ l ଘଟଣାରୁ ପ୍ରକାଶ ଯେ, ସଞ୍ଜୟଙ୍କ ଘରେ ପ୍ରତ୍ୟେକ ଦିନ ପାରିବାରିକ କଳହ ଚାଲିଥିଲା l ଗତ କାଲି ମଧ୍ୟ ପ୍ରତ୍ୟେକ ଦିନ ଭଳି କଳହ ଅତ୍ୟଧିକ ହୋଇଥିବାରୁ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଘରୁ ଚାଲିଯାଇ ଡାକପାଲା ଗ୍ରାମ ର କରଡାକାଣ୍ଡ ଜଙ୍ଗଲ ରେ ଥିବା ଏକ ମହୁଲ ଗଛ ରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ l

ବୁଧବାର ସକାଳୁ ଗ୍ରାମ ଲୋକ ପାଖ ନଦୀକୁ ଗାଧୋଇବାକୁ ଆସୁଥିବା ବେଳେ ମହୁଲ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପୁଲିସ କୁ ଖବର ଦେଇଥିଲେ l ଫୁଲବାଣୀ ଟାଉନ ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ କରିବାକୁ ସଦର ମହକୁମା ଡାକ୍ତର ଖାନା କୁ ପଠାଇ ଘଟଣା ର ତଦନ୍ତ ଜାରି ରଖିଛି l

LEAVE A REPLY

Please enter your comment!
Please enter your name here