ସିଭିଲ ଡ଼ିଫେନ୍ସ କର୍ମୀଙ୍କ ଦୁଃଖ ବୁଝିବ କିଏ !!!

0
254

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ସରକାର ବେକାରୀ ସମସ୍ୟାକୁ ଦୁର କରିବା ପାଇଁ ଅନେକ ସମୟରେ ବେରୋଜଗାର ମାନଙ୍କୁ କୌଶଳୀ କରିବା ସହ ଅନେକ ରୋଜଗରାତ୍ମକ ତାଲିମ ପ୍ରଦାନ କରି ଆସୁଛି । ଏଥି ସହ ସେମାନଙ୍କୁ ଆର୍ଥିକ ସହାୟତା ସ୍ୱରୂପ ବିଭିନ୍ନ ଋଣ ବ୍ୟବସ୍ଥା ର ମଧ୍ୟ ସୁବିଧା କରୁଛି । କିନ୍ତୁ ସରକାରଙ୍କର ଏସବୁ କେବଳ ବେକାରୀ ମାନଙ୍କ ପାଇଁ ଏକ ଧୂଆଁ ବାଣ ସଦୃଶ । ଢେଙ୍କାନାଳ ଜିଲ୍ଲାରେ ସେଭଳି ଏକ ଅଭାବନୀୟ ଘଟଣା ଆମର ହସ୍ତଗତ ହୋଇଛି । ସିଭିଲ ଡିଫେନ୍ସ ନାମରେ କିଛି ଯୁବକଙ୍କୁ ସମଗ୍ର ରାଜ୍ୟରେ ଓଡିଶା ସରକାର ଓଡିଶା ଫାୟାର ସର୍ଭିସ ର ତାଲିମ ଦେବା ସହ ସେମାନଙ୍କୁ ଫାୟାର ସର୍ଭିସ ବିଭାଗରେ କାର୍ଯ୍ୟ କରିବାକୁ ସରକାର ନିର୍ଦେଶ ଦେଇଥିଲେ ମଧ୍ୟ ଢେଙ୍କାନାଳରେ ସେଥିରେ ତ୍ରୁଟି ଦେଖା ଯାଇଥିଲା । ସିଭିଲ ଡିଫେନ୍ସ ର ପିଲାମାନେ ଡିଉଟି ପାଇବା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଏସ୍ପି ଅଫିସ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି ହେଲେ କେହି ଦୁଃଖ ବୁଝୁ ନାହାନ୍ତି । ଓଡିଶା ସରକାର ଏମାନଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ସତେ ଯେମିତି ଲାଗୁଛି କି ଢେଙ୍କାନାଳର ପ୍ରଶାସନ ଏହାକୁ ଅଣଦେଖା କରୁଛି । ସେଥିପାଇଁ ଆଜି ସିଭିଲ ଡିଫେନ୍ସ ର କର୍ମୀମାନେ ଗଣମାଧ୍ୟମକୁ ଏହାର ପ୍ରତିକ୍ରିୟା ଦେବାସହ ଏସ୍ପି ଙ୍କୁ ଦେଖା କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଢେଙ୍କାନାଳର ଅଗ୍ନିଶମ ସେବା ବିଭାଗ ସେମାନଙ୍କୁ ଅଣଦେଖା ନ କରି କାର୍ଯ୍ୟ କରିବାକୁ ସାହାଯ୍ୟ କରୁ, ସେମାନଙ୍କୁ ସ୍ୱତନ୍ତ୍ର ପୋଷାକ ମିଳୁ, ସେମାନଙ୍କୁ ଅଗ୍ନିସେବା କାର୍ଯ୍ୟାଳୟ ମଧ୍ୟରେ ସ୍ୱତନ୍ତ୍ର କକ୍ଷ ବ୍ୟବସ୍ଥା କରାଯାଉ ଆଦି ଅନେକ ଦାବି ରଖିଛନ୍ତି ସିଭିଲ ଡିଫେନ୍ସ ର କର୍ମୀମାନେ ।

LEAVE A REPLY

Please enter your comment!
Please enter your name here