ବାଣପୁର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ କ୍ୟାବିନ ପୋଡି : ୨ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜମିଜମା ବିବାଦକୁ ନେଇ କ୍ୟାବିନ ପୋଡିବା ଅଭିଯୋଗରେ ବାଣପୁର ଥାନା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଚ୍ୟୁତରାଜପୁର ଶାଶନର ଶୁଭେନ୍ଦୁ ମହାପାତ୍ର, ସଚିକାନ୍ତ ମିଶ୍ରଙ୍କ ସହ ଶିଶିର ମିଶ୍ରଙ୍କ ଜମିଜମାକୁ ନେଇ ବହୁ ଦିନ ହେବ ବିବାଦ ଲାଗି ରହିଥିଲା । କୁମାରାଙ୍ଗ ଛକ ନିକଟରେ ଶୁଭେନ୍ଦୁ ଓ ସଚିକାନ୍ତଙ୍କ ଜମି ନିକଟରେ ଶିଶିର ମିଶ୍ର ଦୀର୍ଘଦିନ ହେବ ସରକାରୀ ଜାଗାକୁ ଦଖଲ କରି ଏକ କ୍ୟାବିନ ପକାଇଥିଲେ । ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ମଙ୍ଗଳବାର ସକାଳେ କେହି ଶିଶିରଙ୍କ କ୍ୟାବିନ ରେ ନିଆଁ ଲଗାଇ ଦେଇଥିଲା । ତେବେ ପୂର୍ବ ଶତ୍ରୁତାକୁ ନେଇ ଅପରପକ୍ଷ ଓ ତାଙ୍କର ସହଯୋଗୀ ଉକ୍ତ କ୍ୟାବିନ ଟିକୁ ପୋଡି ଦେଇଥିବା ଶିଶିରଙ୍କ ପତ୍ନୀ ସନ୍ଧ୍ୟାରାଣୀ ମିଶ୍ର ବାଣପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମୋକଦ୍ଦମା ରୁଜୁ କରି ଶୁଭେନ୍ଦୁ ଏବଂ ସଚିକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *