ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରେ ଲକ୍ ଡାଉନ୍ ପ୍ରଥମ ଦିନ ର ପ୍ରଭାବ । ସରକାର ଚଉଦ ଦିନିଆ ଲକ୍ ଡାଉନ୍ ଘୋଷଣା କରିବା ପରେ ନୟାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସକାଳ ଛଅଟା ରୁ ଦିନ ବାରଟା ପର୍ଯ୍ୟନ୍ତ ଜନସାଧାରଣ କିପରି ସୁଚାରୁ ରୂପେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ନେଇ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ତଥାପି କିଛି ଅମାନିଆ ବ୍ୟବସାୟୀ ବ୍ୟବସ୍ଥା ର ଖିଲାପ କରିଥିବାରୁ ସେମାନଙ୍କ ଦୋକାନ ବନ୍ଦ କରାଯିବା ସହ ଆଉ କିଛି ବ୍ୟବସାୟୀ ଙ୍କୁ ଅର୍ଥଦଣ୍ଡ ଦେବାକୁ ପଡିଛି । ବାରମ୍ବାର ତାଗିଦ ସତ୍ତ୍ୱେ କିଛି ବ୍ୟବସାୟୀ ନ ମାନିବାରୁ ପୋଲିସ ହାତରୁ ମାଡ ଖାଇବାକୁ ପଡ଼ିଥିବା ଦେଖିବାକୁ ମିଳିଥିଲା । କରୋନା ଠାରୁ ନିଜକୁ ଏବଂ ନିଜ ପରିବାରକୁ ଦୁରେଇ ରଖିବା ପାଇଁ ସରକାରଙ୍କ ଗାଇଡ ଲାଇନ କୁ ମାନି ଚଳିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା ଜାରି ରହିଛି ।