ଆତ୍ମସୁରକ୍ଷା ଓ ଭବିଷ୍ୟତ ସାଧନରେ ସହାୟକ ତାଇକଣ୍ଡୋ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆତ୍ମସୁରକ୍ଷା ଓ ଭବିଷ୍ୟତ ସାଧନରେ ସହାୟକ ତାଇକଣ୍ଡୋ । ବର୍ତ୍ତମାନର ଯୁଗରେ ପାଠର ଯେତିକି ମହତ୍ତ୍ୱ ରହିଛି ତାକୁ ଚାହିଁ କ୍ରୀଡ଼ାର ଗୁରୁତ୍ୱ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି। କ୍ରୀଡା ଜଗତରେ ତାଇକଣ୍ଡୋ କ୍ରୀଡ଼ାର ସ୍ୱତନ୍ତ୍ର ମାନ୍ୟତା ରହିଛି। ତାଇକଣ୍ଡୋ ଜଣେ ବ୍ୟକ୍ତିଙ୍କର ଆତ୍ମସୁରକ୍ଷାର ମାଧ୍ୟମ ହେବା ସହ ବର୍ତ୍ତମାନ ଏହା କ୍ରୀଡ଼ାବିତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସାଧନରେ ସହାୟକ ହୋଇପାରିଛି। ଚଳିତ ମାସ ୮ ତାରିଖରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଇଣ୍ଡିଆ ତାଇକଣ୍ଡୋ ପକ୍ଷରୁ ପ୍ରତିଯୋଗିତା ଆରମ୍ଭ ହୋଇଛି ! ଏହି ତାଇକଣ୍ଡୋ ପ୍ରତିଯୋଗିତା 3 ଦିନ ଧରି ଆୟୋଜିତ ହେବ ଏବଂ ଏହି ପ୍ରତିଯୋଗିତାରେ ୬ ଶହରୁ ଅଧିକ ପ୍ରତିଯୋଗୀ କ୍ରୀଡା ପ୍ରଦର୍ଶନ ପାଇଁ ଭାଗ ନେଇଛନ୍ତି । ରାଜ୍ୟ ସ୍ତରୀୟ ଏହି ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଅନେକ କ୍ରୀଡ଼ାବିତ, ହେଲେ ଲକ୍ଷ୍ୟ ସ୍ଵର୍ଣ୍ଣପଦକ ଏବଂ ଦେଶର ସମ୍ମାନ ବୃଦ୍ଧି। ଯାହାକିଛି ତ୍ରୁଟି ରହୁଛି ତାହା ଏହି ପ୍ରତିଯୋଗିତାରୁ ହିଁ ଶିଖିବାକୁ ମିଳିଥାଏ। ତାଇକଣ୍ଡୋ ଏଭଳି ଏକ କ୍ରୀଡା ଯାହା ପ୍ରତ୍ୟେକ ବ୍ୟକ୍ତି ଶିଖିବା ଆବଶ୍ୟକ। ଏହାକୁ ଶିଖିବାର କୌଣସି ବୟସ ସୀମା ନଥାଏ। ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ଆତ୍ମସୁରକ୍ଷା ସହ ଭବିଷ୍ୟତ ସାଧନରେ ଏହି କ୍ରୀଡା ଅତ୍ୟନ୍ତ ସହାୟକ ହୋଇପାରିବ। ତାଇକଣ୍ଡୋ ଏକ ଅଲମ୍ପିକ ଗେମ ହୋଇଥିବା ବେଳେ ବର୍ତ୍ତମାନ କ୍ରୀଡ଼ାବିତ ମାନଙ୍କୁ ଯେଉଁ ପ୍ରକାର ସୁବିଧା ସୁଯୋଗ ଆବଶ୍ୟକ ସେସବୁ ଉପଲବ୍ଧ ଅଛି ବୋଲି ଆୟୋଜକ କହିଛନ୍ତି ।

Leave a Reply

Your email address will not be published. Required fields are marked *