ପାଣି ସମସ୍ୟାକୁ ନେଇ ରାସ୍ତାରେ ଗ୍ରାମବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତା ଉପରେ ଗ୍ରାମବାସୀ । ପାଣି ମାଠିଆ, ଗରା, ବାଲଟି ଧରି ରାସ୍ତା ଉପରେ ପ୍ରତିବାଦ କରୁଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଉପଲଡା ଗ୍ରାମର ହାଟପଦା ସାହିରେ । ମୋହନା ପାରଳାଖେମୁଣ୍ଡି ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପ୍ରତିବାଦ କରିବା ଫଳରେ ପ୍ରାୟ ଏକ ଘଣ୍ଟା ଗମନାଗମନର ଅସୁବିଧା ହୋଇଥିଲା । ତେବେ ଗ୍ରାମବାସୀ ଅଭିଯୋଗ ଆଣିଥିଲେ ଯେ ନିର୍ବାଚନ ପୂର୍ବରୁ ଗ୍ରାମକୁ ପାଣି ଆସୁଥିବାବେଳେ ନିର୍ବାଚନ ସରିବା ପରେ ବର୍ତ୍ତମାନ ପାଣି ଆସୁନାହିଁ । ଗୁରାଣ୍ଡି ଥାନା ଅଧିକାରୀ ସେଠାରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରି ହାଟପଦା ସାହିର ମହିଳାମାନଙ୍କୁ ବୁଝାସୁଝା କରିଥିଲେ । ତେବେ ଆଗାମୀ ଦୁଇ ଦିନରେ ସମସ୍ୟାର ସମାଧାନ ପାଇଁ ସେମାନେ ଦାବି କରିଥିଲେ । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ ଗ୍ରାମବାସୀ । ପାଣି ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ ପ୍ରତିକ୍ରିୟା ରଖି କହିଛନ୍ତି ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ।

Leave a Reply

Your email address will not be published. Required fields are marked *