ବାଲୁଗାଁ ବଡକୁଳ ଓଡ଼ିଆର୍ଟ ରଜ କୁମାରୀ ଉତ୍ସବ ରେ ମଜା ନେଉଛନ୍ତି ଅଞ୍ଚଳବାସୀ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ ! ଆସିଛି ରଜଲୋ ହେବା ଆମେ ସଜବାଜ l ଗାଁ ଗହଳିରୁ ପୁରପଲ୍ଲୀ ଓ ସହର ସବୁଠି ରଜରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳେ, ଖାସ କରି ରଜରେ ଝିଅମାନେ ବେସ ସାଜସଜା ହୋଇ ବିଭିନ୍ନ ପିଠା ପଣା ଖାଇବା ସହିତ ନାଚଗୀତ ରେ ମସୁଗଲ ରହିଥାନ୍ତି ! ଦୋଳିରେ ମଜା ଉଠାଇ ରଜ ଗିତ ଗାଇବା ସହିତ ମିଠା ପାନ ମଧ୍ୟ୍ୟ ଖୁସିରେ ଖାଇଥାନ୍ତି l ଓଡ଼ିଶାର ଏହି ଗଣପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି l ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ଓଡ଼ିଆର୍ଟ ଓ ପାନ୍ଥନିବାସ ରେ ବଡ ଧୂମଧାମ ରେ ପାଳିତ ହେଉଛି ରଜ ଉତ୍ସବ l

ଏହି ଉତ୍ସବ ରେ ଆଖ ପାଖ ଅଞ୍ଚଳରୁ ଆରମ୍ଭ କରି ପର୍ଯ୍ୟଟକ ପର୍ଯ୍ୟନ୍ତ ଉତ୍ସବ ରେ ସାମିଲ ହୋଇ ଉପଭୋଗ କରିଥାନ୍ତି l ପ୍ରଥମ ଦିନରେ ଓଡ଼ିଆର୍ଟ ପରିସରରେ ଆୟୋଜିତ ରଜ ଉତ୍ସବ ପ୍ରତିଯୋଗିତା ରେ ୨୦ ଜଣରୁ ଉର୍ଦ୍ଧ୍ବ କୁଆଁରୀ ଝିଅ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଶନିବାର ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ରେ ମିୟୁଜିକ୍ ଚେୟାର, ପାନ ଭଙ୍ଗା ଓ ପିଠା ପ୍ରତିଯୋଗିତା ହୋଇଥିବା ବେଳେ ରଜ ତିନିଦିନ କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା କୃତିତ୍ୱ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କୁଆଁରୀ ଝିଅ ମାନଙ୍କୁ ରବିବାର ରଜ ଶେଷ ଦିନରେ ପୁରସ୍କୃତ କରାଯିବା ନେଇ ଓଡ଼ି ଆର୍ଟ ସେଣ୍ଟର ର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ ଦାସ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *