ଘୂର୍ଣ୍ଣିଝଡ ପ୍ରଭାବରେ ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବିରାଟ ଗଛ : ଯାତାୟତ ବାଧାପ୍ରାପ୍ତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଘୂର୍ଣ୍ଣିଝଡ ପ୍ରଭାବରେ ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବିରାଟ ଗଛ , ଯାତାୟତ ବାଧାପ୍ରାପ୍ତ ! ଦାନଗଦି ବ୍ଲକ ଅନ୍ତର୍ଗତ ଧୁଳିଗଡ ଅଞ୍ଚଳରେ ଅପରାହ୍ନ ସମୟରେ ଘୂର୍ଣ୍ଣିଝଡ ପ୍ରଭାବରେ ଧୁଳିଗଡ ଗ୍ରାମ ପାଖ ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବିରାଟ ଗଛ ! ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ତୁରନ୍ତ ଦମକଳ ବାହୀନିର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥଲେ । ଦମକଳ ବାହୀନିର କର୍ମଚାରୀ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗଛକୁ କାଟି ଉଠାଇବା ପରେ ଏବେ ସେହି ରାସ୍ତାରେ ଯାତାୟତ ସ୍ୱଚ୍ଛଳ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *