ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଶିଶୁଆର ଘଟଣା । ସହକାରୀ ଶିକ୍ଷକ ବଳରାମ ପାଇକରାୟ ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିଥିଲେ ବୋଲି ଡି.ପି.ସି , ସମଗ୍ର ଶିକ୍ଷା ,କଟକଙ୍କର ପତ୍ର ସଂଖ୍ଯା -୨୩୫୦ ,’ତା. ୧୦/୦୭/୨୦୨୩ ଅନୁଯାୟୀ ବି.ଇ.ଓ , ଡମପଡା , ବାଙ୍କୀ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ପ୍ରମାଣ ପତ୍ର ପୁନର୍ବାର ଯାଞ୍ଚ ପାଇଁ ଶ୍ରୀ ପାଇକରାୟ ଉଭୟ ଡି.ପି.ସି. , ସମଗ୍ର ଶିକ୍ଷା ,କଟକ ଓ ବିଇ.ଓ , ଡମପଡାଙ୍କୁ ଲିଖିତ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧକୁ ଅଧିକାରୀ ଦ୍ବୟ ଅଣଦେଖା କରିବାରୁ , ସେ ବାଧ୍ୟ ହୋଇ ଓଡିଶା ଉଚ୍ଚ ନ୍ଯାୟଳୟର ଆଶ୍ରୟ ନେଇଥିଲେ । ଉଚ୍ଚ ନ୍ଯାୟଳୟ ଡି.ପି.ସି ଙ୍କ ଚିଠିକୁ କ୍ବାସିଙ୍ଗ କରିବା ସହ ପୁନର୍ବାର ସମସ୍ତ ପ୍ରମାଣ ପତ୍ର ଯାଞ୍ଚ ପାଇଁ ଡି.ପି.ସି ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ଯବର ଉଚ୍ଚ ନ୍ଯାୟଳୟର ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ପାଇକରାୟ ଙ୍କର ସମସ୍ତ ପ୍ରମାଣ ପତ୍ର ,ଉତ୍କଳ ବିଶ୍ବବିଦ୍ୟାଳୟରେ ପୁନଃଯାଞ୍ଚ କରାଯାଇଥିଲା । ସମସ୍ତ ପ୍ରମାଣ ପତ୍ର ଖାଣ୍ଟି ଅସଲି ବୋଲି ଜଣା ପଡିବା ପରେ , ଡି.ପି.ସି , ସମଗ୍ର ଶିକ୍ଷା , କଟକ ତାଙ୍କର ପତ୍ର ସଂଖ୍ଯା -୪୬୩୦ , ତା. -୨୧/୧୨/୨୦୨୩ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଥିବା ପୂର୍ବ ଚିଠି ନମ୍ବର-୨୩୫୦ , ତା.୧୦/୦୭/୨୦୨୩ କୁ ଉଠାଇ ନେଇଛନ୍ତି । ବି.ଇ.ଓ , ଡମପଡା ,ଉକ୍ତ ଚିଠି ତା.-୧୦/୦୬/୨୦୨୪ ରିଖରେ ପାଇ ଶ୍ରୀ ପାଇକରାୟଙ୍କୁ ଏକ ନକଲ ଦେବା ସହିତ ତାଙ୍କର ସମସ୍ତ ଯୋଗ୍ଯତା ପ୍ରମାଣ ପତ୍ର ଅସଲି ବୋଲି ସ୍ବୀକାର କରିଛନ୍ତି ।

