ଅମ୍ଲାନ କୃତୀ ମଣ୍ଡପ ତରଫରୁ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ କଚେରୀ ପଡିଆ ସ୍ଥିତ ପ୍ରେସ କ୍ଳବ ପରିସରରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ଵେଛାସେଵୀ ଅନୁଷ୍ଠାନ ଅମ୍ଲାନ କୃତି ମଣ୍ଡପର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ କରୋନା ଯୋଦ୍ଧା ସମ୍ମାନରେ ୩୬ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି . ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ . ଅନୁଷ୍ଠାନର ମୁଖ୍ୟ ତଥା ସଭାପତି ଜ୍ଞାନେନ୍ଦ୍ର ମୋହନ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ . ଅନୁଷ୍ଠାନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ମଞ୍ଚ ପକ୍ଷରୁ ସମ୍ମାନିତ କରା ଯାଇଥିଲା ୩୬ ଜଣ କରୋନା ଯୋଦ୍ଧାଙ୍କୁ . ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରତିଷ୍ଠିତ ସାମ୍ବାଦିକ ଓ ସାମଜିକ କର୍ମୀ . ଯିଏ କି ନିଜର ଜୀବନକୁ ବାଜି ଲଗାଇ କରୋନା ମହାମାରୀ ସମୟରେ ନିଜର କର୍ତ୍ତବ୍ୟ କୁ ପ୍ରାଧାନ୍ୟ ଦେଇ ନିଜକୁ ଆଗଧାଡିର ଯୋଦ୍ଧା ଭାବରେ ପ୍ରତିପାଦିତ କରିଥିଲେ . ସେହି ଭଳି ବ୍ୟକ୍ତିତ୍ୱଙ୍କୁ ଏ ମଞ୍ଚ ସମ୍ମାନିତ କରି ଗର୍ବିତ ବୋଲି ଅନୁଷ୍ଠାନର ସଦସ୍ୟ ପ୍ରକାଶ କରିଛନ୍ତି . ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ବହୁ ଦିନ ପରେ ବାଙ୍କୀର ଏଭଳି ଏକ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଦେଖିବାକୁ ପାଇଲି ଯିଏ କି ପ୍ରକୃତ କରୋନା ସମୟରେ କୌଣସି କ୍ଷେତ୍ରରେ ନିଜକୁ ଯୋଦ୍ଧା ଭଳି ନିଜର କର୍ତ୍ତବ୍ୟରେ ପଛଘୁଞ୍ଚା ଦେଇ ନ ଥୁବା ବ୍ୟକ୍ତିତ୍ୱ ମାନଙ୍କୁ ଚୟନ କରି ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି . ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ. ଅନୁଷ୍ଠାନର ସମ୍ପାଦକ ଦୀପକ କୁମାର ସାମନ୍ତରାୟ କହିଛନ୍ତି ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ଅନେକ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣିବା ପାଇଁ ଅମ୍ଲାନ କୃତି ମଣ୍ଡପର ପ୍ରୟାସ ଜାରିରହିବ.

Leave a Reply

Your email address will not be published. Required fields are marked *