ପରିବେଶ ଚିନ୍ତାରେ ସିଏମସି ର ଯୋଜନା – ହେଲେ ପାଣିରେ ପଡୁଛି ଟଙ୍କା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ପରିବେଶ ଚିନ୍ତାରେ ପାଣିରେ ପଡୁଛି ଟଙ୍କା । ଯୋଜନା ଉପରେ ଯୋଜନା କରୁଛି କଟକ ମହାନଗର ନିଗମ.. ହେଲେ ନିଗମର ସବୁ ଯୋଜନା ବାଟବଣା.. ନିଗମର ଏଭଳି ଏକ ଯୋଜନା ପୁଣି ପଦାରେ ପଡିଛି ବର୍ଷକ ପରେ.. ବର୍ଷକ ପୂର୍ବରୁ ସହରବାସୀଙ୍କୁ ଗ୍ରୀଷ୍ମତାପରୁ ମୁକ୍ତି ଦେବା ପାଇଁ କଟକ ମହାନଗର ନିଗମ ଅଣ୍ଟା ଭିଡିଥିଲା ! ସହରରେ ଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା.. ମାତ୍ର ବର୍ଷକ ପରେ ସିଏମସିର ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହୋଇଛି ଏ ହେଉଛି ତାର ବାସ୍ତବ ରୂପ.. ଯୋଜନା ନାମରେ ହରିଲୁଟ ହେଉଛି ଲୋକଙ୍କ ଟିକସ ପଇସା.. କାଗଜପତ୍ରରେ ସୀମିତ ରହିଛି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ.. ନାମକୁ ମାତ୍ର ଦଳ ସଫେଇ କରି ଲୋକ ଦେଖାଣିଆ କାର୍ଯ୍ୟ ହୋଇଛି , ହେଲେ ଅସଲ ଉଦ୍ଦେଶ୍ୟ ଆଉ କିଛି.. ଶେଷରେ ପରିବେଶ ଓ ପାଣିକୁ ଦୃଷ୍ଟିରେ ରଖି ଲୋକଙ୍କ ଟିକସ ପଇସା ଯୋଜନା ନାମରେ ପାଣିରେ ପଡୁଛି । ବର୍ଷକ ପୂର୍ବରୁ ସହର ତାପମାତ୍ରାକୁ ନେଇ ସମାଜସେବୀଙ୍କ ସ୍ୱର ଉତ୍ତୋଳନ ଓ ପ୍ରସ୍ତାବ ଦେବା ପରେ ଗ୍ରୀଷ୍ମତାପ ନିୟନ୍ତ୍ରଣ ପାଇଁ ସହରରେ ଥିବା ଜଳାଶୟ ପୁନରୁଦ୍ଧାର ପାଇଁ ସିଏମସି ତତ୍ପରତା ଦେଖାଇଥିଲା । ମାତ୍ର ବର୍ଷକ ପରେ ସିଏମସିର ଏହି ତତ୍ପରତା ଫାଇଲ ଭିତରେ ବନ୍ଧା ହୋଇ କାଗଜପତ୍ରରେ ସୀମିତ ରହିଯାଇଛି। ସ୍ଥିତିରେ ପରିବର୍ତ୍ତନ ନ ଆସିବାରୁ ବର୍ତ୍ତମାନ ପୁଣି ସମାଜସେବୀ ଏବଂ ସ୍ଥାନୀୟ ବାସିନ୍ଦା ଏନେଇ ସିଏମସିର ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ନୂତନ ଭାବେ ଦାୟିତ୍ୱ ନେଇଥିବା ସିଏମସି କମିଶନର ବିଜୟ କୁମାର ଦାସ ଏ ବିଷୟରେ ଯଥା ସମ୍ଭବ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *