ଲୋୟର ପିଏମଜିରେ ଶକ୍ତି ଦେଖାଇଲା ଓଡିଶା ଡ୍ରାଇଭର ମହାସଂଘ !

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ସମାବେଶ . ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟରେ ସାଙ୍ଗଠନିକ ବୈଠକ କରି ମହାସଂଘ ତରଫରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମସ୍ୟା ସମ୍ବଳିତ ଦଶ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା . ଦାବୀ ପୂରଣ ପାଇଁ ସରକାରଙ୍କ ପାଖରେ ନିଜର ସ୍ୱରକୁ ଦୃଢ କରି ପହଞ୍ଚାଇବାକୁ ଲୋୟର ପିଏମଜିରେ ବିଶାଳ ସମାବେଶ କରିଛି ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘ . ଧାରଣାସ୍ଥଳରୁ ଏକ ପ୍ରତିନିଧି ଦଳ ଯାଇ ପ୍ରଶାସନ ସହିତ ଆଲୋଚନା କରିଥିବାର ସୂଚନା ମିଳିଛି . ତେବେ ମହାସଂଘର କେତେକ ଦାବୀ ପୂରଣ ପାଇଁ ପ୍ରତିଶୃତି ମିଳିଥିବା ସମୟରେ ଆଗାମୀ ଦିନରେ ଅନ୍ୟ ଦାବୀ ପୂରଣ ପାଇଁ ଲଢେଇ ଜାରି ରହିବ ବୋଲି ସଂଗଠନର କର୍ମକର୍ତ୍ତା ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *