ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ ଆବଶ୍ୟକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ ଆବଶ୍ୟକ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଲ୍ଲିରୁ ଦିଲ୍ଲୀ ଯୋଗଭ୍ୟାସ କରୁଛନ୍ତି ସମସ୍ତେ । ଏହି ପରିପ୍ରେକ୍ଷୀରେ ସିଡିଏ ସେକ୍ଟର 6 ଜୟ ପ୍ରକାଶ ପାର୍କ ପରିସରରେ ଯୋଗ ସଂସ୍ଥାନ ଅନୁଷ୍ଠାନ ଦ୍ୱାରା ଯୋଗ୍ୟଭାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୁସ୍ଥ, ନିରୋଗ ରହିବା ସହ ମାନସିକ ସ୍ତରରେ ଯୋଗ ମନୁଷ୍ୟକୁ ଶାନ୍ତି ପ୍ରଦାନ କରିଥାଏ । ଯୋଗ ଦିବସ ଅବସରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ତଥା ବିଭିନ୍ନ ବୃତ୍ତିରେ ଥିବା ବ୍ୟକ୍ତି ବିଶେଷ ଆଜିର ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗାଭ୍ୟାସ କରିବା ସହ ବର୍ତ୍ତମାନର ଯୁବପିଢୀଙ୍କୁ ଜିମ ବା ବ୍ୟାୟାମଶାଳାରେ ବେଆଇନ ଭାବେ ବ୍ୟବହାର ପାଇଁ କୁହାଯାଉଥିବା ବିଭିନ୍ନ ପ୍ରୋଟିନ ଓ ଷ୍ଟେରର୍ଡ଼ ଠାରୁ ନିବୃତ ରହିବା ପାଇଁ ଆହ୍ୱାନ ଦେଇଛନ୍ତି । ଯୋଗ କରିବା ଦ୍ୱାରା ଏକାଗ୍ରତା ଆସିବା ସହ ମନୁଷ୍ୟ ସୁସ୍ଥ ରହିପାରିବ ଓ ପ୍ରତିଦିନ ଯୋଗ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *