ଷ୍ଟାଇଲ ବଜାର ତରଫରୁ ଫ୍ୟାସନ ଶୋ : ଜୁନିଅର ରେ ରମ୍ୟକ ଏବଂ ସିନିୟର ରେ ଅନନ୍ୟା ପ୍ରଥମ !!!

0
207

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ସ୍ଥିତ ଷ୍ଟାଇଲ ବଜାର ତରଫରୁ ଶିଶୁ ମାନଙ୍କୁ ନେଇ ଗ୍ରୀଷ୍ମ କାଳୀନ ଫ୍ୟାସନ ଶୋ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୪ ବର୍ଷ ରୁ କମ ୪୦ ଜଣ ପୁଅ ଝିଅ ଅଂଶଗ୍ରହଣ କରିଥିଲେ l ପରିଚାଳକ ରାଜେନ୍ଦ୍ର ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପିଲାମାନେ ଆଧୁନିକ ଗ୍ରୀଷ୍ମ କାଳୀନ ବସ୍ତ୍ର ପରିଧାନ କରି ଆୟୋଜିତ ମଞ୍ଚରେ ନିଜ ନିଜର ସୁନ୍ଦରତା ପ୍ରଦର୍ଶନ କରିଥିଲେ l ଉପସ୍ଥିତ ଗ୍ରାହକ ଏବଂ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରିଥିଲେ l ପରିଶେଷରେ ଜୁନିଅର ପ୍ରତିଯୋଗିତା ରେ ରମ୍ୟକ ରଶ୍ମି ପ୍ରଥମ, ପ୍ରତୀକ୍ଷା ମହାରଣା ଦ୍ୱିତୀୟ ଏବଂ ତାନଭି ଶ୍ରେୟାନସି ତୃତୀୟ ସ୍ଥାନ ହାସଲ କରିଥିଲେ l ସେହିପରି ସିନିୟର ରେ ଅନନ୍ୟା ପ୍ରିୟଦର୍ଶିନୀ ପ୍ରଥମ, ପ୍ୟାରୀ ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ ଏବଂ ମିସ ଅନୟା ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ l ସମସ୍ତ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ ରଂଜିତ କୁମାର ପଣ୍ଡା ଏବଂ ପୂଜା ଲୋହାର l

LEAVE A REPLY

Please enter your comment!
Please enter your name here