ତାଳବସ୍ତ ଗ୍ରା. ପ. ର ସମସ୍ୟାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁବ ସମାଜସେବୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନୂଆ ରାଜ୍ୟ ସରକାରଙ୍କର ନୂତନ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ବାଙ୍କୀ ଡମପଡା ବ୍ଲକର ଯୁବ ସମାଜସେବୀ ବିଶ୍ୱରଞ୍ଜନ ସ୍ୱାଇଁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି | କଟକ ଜିଲ୍ଲାର ସର୍ଵ ବୃହତ ପଂଚାୟତ ଭାବେ ତାଳବସ୍ତ ଗ୍ରାମ ପଂଚାୟତ ରହିଛି | ଆଗାମୀ ପଂଚାୟତ ନିର୍ବାଚନରେ ଏହା କୁ ଦୁଇଟି ପଂଚାୟତ କରାଗଲେ ସାଧାରଣ ଜନ ସାଧାରଣ ବହୁତ ଉପକୃତ ହେବେ | ବହୁ ପୁରାତନ ଶୈବପୀଠ କପିଳେଶ୍ଵର ଏବଂ ଖର୍ପରଚଣ୍ଡୀ ମନ୍ଦିର ଉପରେ ପ୍ରତ୍ନତତ୍ୱ ବିଭାଗର ନଜର ପଡୁ, ବନ୍ଦ ରହିଥିବା ଖଡ଼ି ପଥର ଶିଳ୍ପ ପୁନର୍ବାର ଚାଲୁ କରିବା, ଅଧାପନ୍ତରିଆ ଭାବେ ପଡିରହିଥିବା ସ୍ମାର୍ଟ ଭିଲେଜ କାମ ସମ୍ପୂର୍ଣ କରିବା, ତାଳବସ୍ତ ବଜାରର ଦୁଇ ପାର୍ଶ୍ୱରେ ଡ୍ରେନ ତିଆରି ସହିତ ମେଗା ୱାଟର ପ୍ରୋଜେକ୍ଟକୁ ଶିଘ୍ର କାର୍ଯ୍ୟକ୍ଷମ କରିବା, ଚନ୍ଦକା ଡମପଡା ତାଳବସ୍ତ ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଏକ ସ୍ମାରକ ପତ୍ର ସାକ୍ଷାତ ବେଳେ ଦିଆଯାଇଥିଲା | ଉପ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ବେଳେ ବିଶ୍ୱରଂଜନ ସ୍ୱାଇଁଙ୍କ ସହିତ ଶ୍ରୀରାମ କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *