ମାପ ଓଜନ ବିଭାଗ ପାଲିଟିଛି ନିଦାବିଷ୍ଣୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ମାପ ଓ ଓଜନ ବିଭ।ଗ ସ୍ଥାଣୁ ପାଲଟି ଥିବାର ଅଭିଯୋଗ ହେଉଛି । ଜିଲ୍ଲାରେ ଖାଉଟି ଶୋଷଣର ଶିକାର ହେଉଛନ୍ତି । ବିଭାଗ ଦ୍ୱାରା ପେଟ୍ରୋଲ ଟ୍ୟାଙ୍କ, ସୁନା ଦୋକାନ, ବ୍ୟାଙ୍କ, ଗ୍ରୋସରି ଦୋକାନ, ହାଟ, ବଜାର ଯାଞ୍ଚ ହେବା କଥା , କିନ୍ତୁ ସେହିଭଳି ଆଖି ଦୃଷ୍ଟିଆ ଯାଞ୍ଚ ହେଉ ନଥିବାର ଅଭିଯୋଗ ହେଉଛି ! ସ୍ୱାଧୀନତା ର 77 ବର୍ଷ ପରେ ମଧ୍ୟ ଲୋକେ ଠକାମୀର ଶିକାର ହେଉଥିବାର ଅଭିଯୋଗ ହେଉଛି । ଏବେ ବି ଡିଜିଟାଲ ଯୁଗରେ ମଧ୍ଯ ତରାଜୁ ବଟକରା ବ୍ୟବହାର ଜାରି ରହିଛି ! କିନ୍ତୁ ଏବେ ବି ଲୋକେ ବଟକରା ବଦଳରେ ଜରି ଗୋଡ଼ଇ ପଥରକୁ ବଟକରା ରୂପେ ବହୁଳ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ପୁରପଲ୍ଲୀ କଥା ଛାଡ଼ ଏବେ ବି ସହରରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ! ଲୋକଙ୍କର ସରଳତାର ସୁଯୋଗ ନେଇ ଲୋକଙ୍କୁ ଠକୁଛନ୍ତି ବୋଲି ଅଭିଯୋଗ ହେଉଛି , କର୍ମଚାରୀ ଅଭାବର ଆଳ ଦେଖାଇ ଚଢ଼ାଉ ହେଉ ନାହିଁ ! ନା ଇଚ୍ଛା ଶକ୍ତିର ଅଭାବ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଲୋକଙ୍କୁ ବିଭାଗ ପକ୍ଷରୁ ସଚେତନ କରାଯାଉନାହିଁ ଯାହା ଫଳରେ ଲୋକେ ଠକ।ମି ର ଶିକାର ହେଉଛନ୍ତି । ବିଭାଗ ପକ୍ଷରୁ ଜନ ଗହଳି ହାଟ ବଜାର ଜାଗାରେ ବହୁଳ ସଚେତନତାର ଆବଶ୍ୟକତା ରହିଛି । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ! ଏଠାକାର ଲୋକେ ଶାନ୍ତ ସରଳ ଅଟନ୍ତି , ଏହାର ସୁଯୋଗ ନେଇ ସାହୁକାର ମାନେ ଆଦିବାସୀ ମାନଙ୍କର ଉତ୍ପାଦିତ ଦ୍ରବ୍ଯ ଗୁଡିକ କମ ଦରରେ କିଣି ବଜାରରେ ଚଢା ଦରରେ ବିକ୍ରି କରିଥାନ୍ତି ! ଏପରିକି ଓଜନରେ ମଧ୍ୟ ଠକାମୀର ଶିକାର ହେଉଥିବାର ଅଭିଯୋଗ ହେଉଛି ସେମାନଙ୍କୁ ସେମାନଙ୍କର ଉଚିତ ପାରିଶ୍ରମିକ ଓ ମୂଲ୍ୟ ପାଇ ପାରୁ ନାହାନ୍ତି ।

 

 

Leave a Reply

Your email address will not be published. Required fields are marked *