ବରଗଡରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ସମ୍ମିଳନୀ କକ୍ଷ ରେ ବର୍ଷା ଋତୁରେ ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ, ଯକ୍ଷ୍ମା ଏବଂ କୁଷ୍ଠରୋଗ ଭଳି ମାରାତ୍ମକ ରୋଗୋର ପ୍ରତିରୋଧ ଏବଂ ନିୟନ୍ତ୍ରଣ ନିମନ୍ତେ ସମଗ୍ର ବରଗଡ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି I ଏହି ଅବସରରେ ବରଗଡ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ନିମନ୍ତେ ଆନ୍ତ-ବିଭାଗୀୟ ସମ୍ମିଳନୀ ସଭା ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି I

ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ ଅଧକ୍ଷତା କରିବା ସହ ଜିଲ୍ଲାର ରୋଗ ପ୍ରବଣ ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ସହ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ, ଗାଁ ଗହଳିର ଲୋକଙ୍କ ସମେତ ସମସ୍ତ ବିଦ୍ୟାଳୟ ତଥା ଆବାସିକ ବିଧ୍ୟଳୟର ଛାତ୍ରଛାତ୍ରୀଙ୍କୁ ହାତଧୁଆ, ମଶାରୀ ଟାଙ୍ଗୀ ଶୋଇବା, ଘର ଆଖ ପାଖ ଅଞ୍ଚଳରେପାଣି ଜମାଇ ନ ରଖିବା, ନିଜ ଦେହର ଯତ୍ନ ନେବା ପାଇଁ ସାପ୍ତାହିକ ଅଦ୍ଵିକା ବ କୋଶୋରୀ ବୈଠକ ମଧ୍ୟମରେ ବିଭିନ୍ନ ଆଇଇସି ସାମଗ୍ରୀର ବ୍ୟବହାର କରି ସଚେତନ କରିବା ପାଇଁ ନିର୍ଦେଶ ଦେଇଛନ୍ତି I
ସୂଚନାଯୋଗ୍ୟକି, ଏହି ଅଭିଯାନ ଜୁଲାଇ ମାସ ୧ ତାରିଖରୁ ସେପ୍ଟେମ୍ବର ମାଷ ଶେଷ ଦୀର୍ଘ ଦୁଇ ମାସ ପର୍ଯ୍ୟନ୍ତ ଜାରି ରହିବ I ଶିକ୍ଷା, ସ୍ୱାସ୍ଥ୍ୟ, ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଏକ ରାପିଡ଼ ରେସପୋନ୍ସ ଟିମ ଗଠନ କରି ସମନ୍ଵିତ କାର୍ଯ୍ୟକ୍ରମ ମଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଅଭିଯାନର ତଦାରଖ କରାଯିବ I
ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ ନିରୂପମା ଷଡଙ୍ଗୀ ସ୍ଵାଗତ ଅବିଭାଷଣ ଦେଇଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ, ଯକ୍ଷ୍ମା ଏବଂ କୁଷ୍ଠରୋଗ ଭଳି ମାରାତ୍ମକ ରୋଗୋର ପ୍ରତିରୋଧ ଏବଂ ନିୟନ୍ତ୍ରଣ କରାଯିବ ସେ ବିଷୟରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଏବଂ ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ବୈଠକରେ ଉପସ୍ଥିତ ରହି ଅଭିଯାନର ସଫଳତା ନିମନ୍ତେ ନିଜ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *