ଚର୍ଚ୍ଚିକା ପୀଠରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଚର୍ଚ୍ଚିକା ପୀଠ ରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚଳିତ ବର୍ଷ ବେଶ ଧୁମଧାମରେ ପାଳନ କରାଯିବାର ବ୍ୟବସ୍ଥା କରାଯାଇଛି । ଦୀର୍ଘ ବର୍ଷ ପରେ ପ୍ରଥମ କରି ଏ ବର୍ଷ ନୂଆ କରି ତିନୋଟି ରଥ ନିର୍ମାଣ କରାଯାଇଛି ! ବଳଭଦ୍ର ଙ୍କ ପାଇଁ ତାଳଧ୍ୱଜ , ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ମାଣ ଆରମ୍ଭ ହୋଇ ସମସ୍ତ ମହାରଣା ସେବାୟତ, ଚିତ୍ରକର ଏବଂ ମନ୍ଦିର ପ୍ରଶାସନ ଓ ରଥ କମିଟିର ସଭାପତି ତଥା ସମସ୍ତ ସଦସ୍ୟ ଙ୍କ ସହଯୋଗରେ ପ୍ରାୟତଃ ଶେଷ ହେଲାଣି ! ବାଙ୍କୀ ପ୍ରଶାସନ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବେଳେ , ଜନସାଧାରଣ ବେଶ ଉତ୍ସାହିତ ଅଛନ୍ତି ! ଭିନ୍ନ ଢଙ୍ଗରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ କୁ କେବଳ ମହିଳା ମାଆ, ଭଉଣୀ ମାନେ ଟାଣିବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଶ୍ରୀମନ୍ଦିର ର ନୀତି ନିର୍ଘଣ୍ଟ ଅନୁସାରେ ପ୍ରଭୁ ଙ୍କର ଘୋଷ ଯାତ୍ରା ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ରଥଯାତ୍ରା ରେ ବହୁ ଜନ ସମାଗମ କୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *