ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଧଳାପଥର ପଞ୍ଚାୟତ ରେ ଜେସିବି ଦ୍ଵାରା ଚାଲିଛି ମନରେଗା କାମ, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା ! ଡିଜିଟାଲ ମିଡିଆରେ ଏପରି ଶୀର୍ଷକରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ସମ୍ପୃକ୍ତ ବିଭାଗ ! ତେବେ ବିଭାଗୀୟ ଜେଇ ଏବଂ ଅଧିକାରୀଙ୍କ ତତ୍ପରତା ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ନୂହେଁ , ବରଂ ସେମାନେ ଏହି ଘଟଣା କୁ ଆଳ କରି କାମ ନେଇଥିବା ଠିକାଦାର ଙ୍କ ଠାରୁ ଆଉ କିଛି ମାଲ ଝାଡ଼ାଈବାକୁ ଆରମ୍ଭ କଲେ ମୂଲଚାଲ ! ଏପରିକି ଯେଉଁ ଛାପା ଗଣମାଧ୍ୟମରେ ଖବର ଆସିଥିଲା , ସେଥିରେ ପ୍ରତିବାଦ ବାହାରିବା ପାଇଁ ରେଟ ମଧ୍ୟ ଫିକ୍ସ ହୋଇଗଲା ! ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ପଞ୍ଚାୟତର ଗୋପିନାଥପୁର ରାଜସ୍ବ ଗ୍ରାମରେ ଥିବା ଖଣ୍ଡିଆ ପୋଖରୀ ଆଂଶିକ କାର୍ଯ୍ୟ ମନରେଗା ଯୋଜନାରେ ସମ୍ପାଦନ ହେଉଥିବା ବେଳେ ଜେସିବି ମେସିନ ବ୍ୟବହାର କରି ସ୍ପଷ୍ଟ ଦିବା ଲୋକ ରେ ଖନନ କାର୍ଯ୍ୟ ହେଉଥିବା ଖବର ପ୍ରସାରଣ ହୋଇଥିଲା ! ଏହାପରେ ବିଲ ବନ୍ଦ ହେବାରୁ କାମ ନେଇଥିବା ଠିକାଦାର , ବାଧ୍ୟ ହୋଇ ବିଭାଗୀୟ ଜେଇ ଏବଂ ଅନ୍ୟ ଅଧିକାରୀଙ୍କୁ ଖୁସାମତ କଲେ ! ପ୍ରସାରିତ ଖବରରେ ମେସିନ ମାଟି ଖୋଳୁଥିବାର ଦୃଶ୍ୟ ଥିବା ସମୟରେ ଠିକାଦାର ଦେଖାଇଛନ୍ତି ଲୋକେ କାମ କରୁଥିବାର ଫଟୋ ! ଏପରି ସ୍ଥିତିରେ ବିଭାଗ କଣ କରୁଛି , ତାହା ଉପରେ ରହିଛି ଆମ ନଜର !