ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳୋ ପଞ୍ଚାୟତ ଜୁଳିକପଡ ଗ୍ରାମର ଅରକ୍ଷିତ ମଲିକ ବାଡ଼ିରେ କାମ କରୁଥିଲା ବେଳେ ସର୍ପଘାତ ର ଶୀକାର ହୋଇଥିଲେ ! ତାଙ୍କର ସ୍ତ୍ରୀ 108 ଆମ୍ବୁଲାନ୍ସ ଡାକି ନିଶ୍ଚିନ୍ତକୋଇଲି କୁ ନେଇ ଯାଇଥିଲେ ! ଘଟଣାଟି ଦିନ 10 ଟା ବେଳେ ଘଟିଥିଲା , ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ଡାକ୍ତର ଧଣ୍ଡ ସାପ କାମୁଡ଼ିଛି କହି ଚିକିତ୍ସା ରେ ଅବହେଳା କରିଥିଲେ ! ଘରଲୋକ ବିବ୍ରତ କରିବାରୁ , ତୁମେ ବ୍ୟସ୍ତ ହୁଅନା – ତୁମ ଲୋକର କିଛି ଅସୁବିଧା ହେବନାହିଁ କହି ଟିଟି ଇଞ୍ଜେକସନ ଦେଇଥିଲେ ! 1ଘଣ୍ଟା ପରେ ଅରକ୍ଷିତ ମଲିକଙ୍କୁ କଟକ ବଡ ମେଡିକାଲ କୁ ପଠାଯାଇଥିଲା ! ମେଡିକାଲ ଯିବା ରାସ୍ତାରେ ଅରକ୍ଷିତ ମଲିକ ମୃତ୍ୟୁ ବରଣ କରିଥିଲେ ! ଏକଥା ଶୁଣି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ , ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ଥାନା ର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝା ସୁଝା କରିଥିଲେ !
ଡାକ୍ତର ଙ୍କ ଅବହେଳାରୁ ମୃତ୍ୟୁ ବରଣ କଲେ ଅରକ୍ଷିତ ମଲିକ !!!

