ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ! ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ର ପଞ୍ଚାୟତ ସମିତି ସଭା ଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକ ରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ, ଗାଇସିଲଟ ଗୋଷ୍ଠୀ ଉନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଓ ଗାଇସିଲଟ ର ଦୁଇଟି ଜୋନ ର ଜିଲ୍ଲା ପରିଷଦ ସଭ୍ୟ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧ୍ୟକ୍ଷା ଯୋଗ ଦେଇଥିଲେ ! ବୈଠକ ରେ ପୋଲିସ ବିଭାଗ, ବନ ବିଭାଗ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ ଅଧିକାରୀ ଗାଇସିଲଟ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ ! ସେମାନେ ନିଜ ନିଜର ସମସ୍ୟା ଗୁଡିକୁ ଉପସ୍ଥାପନ କରିଥିଲେ ଓ ସବୁ ସମସ୍ୟା ଗୁଡିକ ଶୁଣି ବରଗଡ ସାଂସଦ ଓ ବିଜେପୁର ବିଧାୟକ ସମସ୍ତ ସମସ୍ୟା ର ସମାଧାନ ହେବ ବୋଲି ଆଶ୍ୱାସନା ଦେଲେ !
ଗାଇସିଲଟ ବ୍ଲକ ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ !!!

