ଆଲୋକ ର ପର୍ବ ଦୀପାବଳୀ : ରଙ୍ଗୀନ ଅଲୋକମାଳା ରେ ଝଲସୁଛି ପାରଳାଖେମୁଣ୍ଡି ସହର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ ଆଲୋକମାଳା ଓ ରଙ୍ଗୀନ ଦୀପରେ ଝଲସି ଉଠୁଛି ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳ।ତା ସାଙ୍ଗକୁ ବାଣ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼। ଗ୍ରାହକ ଙ୍କୁ ଆକର୍ଷଣ କରିବା ପାଇଁ ବିଭିନ୍ନ ଡିଜାଇନର ଦୀପ ସାଙ୍ଗକୁ ବାଣର ପସରା ।ଝୁରୁଝୁରି,ତାଳ ଫୋଟୋକା,ସ୍କାଏ ସଟ୍,କୁମ୍ପି, ଆକାଶ ଦୀପ ପରି ଭଳିକି ଭଳି ବାଣ କିଣିବା ପାଇଁ ଗ୍ରାହକ ଙ୍କ ଭିଡ଼।ଝୁଲା ଦୀପ,ମୟୁର ଦୀପ ପଞ୍ଚ ମୁଖା କଳସ ଦୀପ ଜିଣୁଛି ସଭିଙ୍କ ମନ।ବଡ ବଡୁଆ ଡାକିବା ପାଇଁ ଲୋକେ କିଣୁଛନ୍ତି କାଉଁରିଆ କାଠି ତା ସହ ଆଖୁ,ନଡ଼ିଆ ଫଳପାଚିଲା ।ଏକ ଟଙ୍କାରୁ ଆରମ୍ଭ କରି 50 ଟଙ୍କା 100 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।

Leave a Reply

Your email address will not be published. Required fields are marked *