ନିଆରା ଢଙ୍ଗରେ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଆରା ଢଙ୍ଗରେ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସମାଜସେବୀ ! ଆସନ୍ତା ଜୁଲାଇ ୨୧ ତାରିଖ ଦିନ ସ୍ତମ୍ଭ ଲେଖକ ତଥା ସମାଜସେବୀ ରବିନାରାୟଣ ପଟ୍ଟନାୟକ ଙ୍କ ତିଥି ଅନୁସାରେ ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଓଡ଼ିଆ ଓ ଇଂରାଜୀ ଦୈନିକ ଖବର କାଗଜରେ ନିଜ ଶାଣିତ ଲେଖା ପାଇଁ ସେ ବେଶ୍ ପରିଚିତ ଏହା ସହ ବିଭିନ୍ନ ଦରକାର ସମୟରେ ରକ୍ତଦାନ କରି ବେଶ୍ ପ୍ରଶଂସିତ ହୋଇଛନ୍ତି । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ତାଙ୍କ ଜନ୍ମଦିନ କୁ ନିଆରା ଓ ନିରାଡମ୍ବର ଭାବରେ ପାଳନ କରିବା ପାଇଁ ସ୍ଥିର ହୋଇଛି । ଭୁବନେଶ୍ବର ର ଏକ ଵୃଦ୍ଧାଶ୍ରମରେ ତାଙ୍କ ଜନ୍ମଦିନ ପାଳନ କରାଯିବ । ଏହା ସହ ସେଲଫି ୱିଥ୍ ଟ୍ରି ପକ୍ଷରୁ ଭୁବନେଶ୍ବର ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର ହୋଇଛି । ସେହି ପରି ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ତାଳଚେର ରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *