ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ରାଜ୍ୟ ସରକାରଙ୍କ ‘ସାମାଜିକ ସଶକ୍ତିକରଣ ଓ ନ୍ୟାୟ ‘ ବିଭାଗ ତରଫରୁ ଦିବ୍ୟାଙ୍ଗ ମାନଙ୍କୁ କରୋନା ସମୟରେ ଥଇଥାନ ଓ ଚିହ୍ନଟ କରିବା ସହିତ ଭତ୍ତା ଓ ବହୁ ଆର୍ଥିକ ପ୍ୟାକେଜ୍ ଦିଆଯାଉଛି । କିନ୍ତୁ ଜଣେ ୪୫ ବର୍ଷର ଦିବ୍ୟାଙ୍ଗ ନିଜର ପ୍ରମାଣପତ୍ର ଖଣ୍ଡକ ପାଇବା ପାଇଁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଘୁରିବୁଲୁଛି । ଜନ ପ୍ରତିନିଧିଙ୍କୁ ପାଞ୍ଚ ବର୍ଷ ତଳେ ବହୁ କଷ୍ଟରେ ୫୦୦ଶହ ଟଙ୍କା ଲାଞ୍ଚ ଦେଇ ମଧ୍ୟ, ହୋଇଯିବାର ଲୋଭଣିଆ ଆଶା ଦେଖେଇ ପାଦରୁ ଚପଲ ସରିଲାଣି…କିନ୍ତୁ ପ୍ରମାଣପତ୍ର ଏ ପର୍ଯ୍ୟନ୍ତ ମିଳିନାହିଁ । ଆମେ କହୁଛୁ ବାଙ୍କୀ ଡମପଡା ବ୍କକ ଅରପୁର ଗ୍ରାମର ଦିବ୍ୟାଙ୍ଗ ( ମୁହଁର ନାକ,ପାଟି ଜନ୍ମରୁ ଶହେ ଶତକଡା ବଙ୍କା ) ଶରତ କୁମର ସେଠୀଙ୍କ କଥା । ଦିବ୍ୟାଙ୍ଗ ହୋଇ ବି ଘରଠାରୁ ପ୍ରତିଦିନ ୩୦କିମି ସାଇକେଲ ରେ ଖୋର୍ଦ୍ଧା ଯାଆନ୍ତି ବାଲିଗୋଡି କାମ କରିବାକୁ । ତେବେ କରୋନା ମହାନାରୀରେ କାମଧାମ ବନ୍ଦ ଥିବାରୁ ଶରତ ଓରଫ ବାଙ୍କ ସେଠି ସବୁଦିନ ମାଗି ଯାଚି ନିଜର ପାଞ୍ଚପ୍ରଣୀ କୁଟୁମ୍ବଙ୍କ ପାଟିରେ ଆହାର ଦେବାକୁ ବହୁ କଷ୍ଟରେ ସକ୍ଷମ ହେଉଛନ୍ତି । ଜନ ପ୍ରତିନିଧିଙ୍କ ପାଖରେ ବହୁଥର ଏ ବିଷୟ ରେ ଅଭିଯୋଗ କଲେବି ,କିଛି ସମାଧାନାର ପନ୍ଥା ବାହାରିନି । ବର୍ଷା ପବନ ରେ ମାଟିକାନ୍ଥର ଚାଳଘରଟି ବାରମ୍ବାର ଭାଙ୍ଗୁଛି । ତିଆରି କରିବାକୁ ପାଖରେ ମଧ୍ୟ ସମ୍ବଳ ନାହିଁ । ଏପରି ସ୍ଥିତିରେ ଅସହାୟ ଶରତ ସେଠୀଙ୍କ ଫାଇଲ୍ ତଳେ ଲୁଚି ଯାଇଥିବା ପ୍ରମାଣପତ୍ରଟି ମିଳିଗଲେ…ସେ ପ୍ରତି ମାସରେ ନିଜର ଭତ୍ତା ପାଇବା ସହିତ ସରକାରଙ୍କ ଅନ୍ୟାନ୍ୟ ସହଯୋଗ ମଧ୍ୟ ପାଇପାରିବେ ବୋଲି ଆଶା ।