ମହଙ୍ଗା ପଡିଲା କୋଭିଡ କଟକଣା ଭାଙ୍ଗି ନାଗିନା ଡ୍ୟାନ୍ସ : ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର !!!

0
259

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର । ମହଙ୍ଗା ପଡିଲା ବରଯାତ୍ରୀ ଦଳରେ ସାମିଲ ହୋଇ ନାଗିନା ଡ୍ୟାନ୍ସ . ଭାଇ ବାହାଘରରେ ବିନା ମାସ୍କରେ ଥିବା ଲୋକଙ୍କ ଭିଡ ଭିତରେ ନିଜେ ନାଚିବା ଓ ନାଚଗୀତରେ ମସଗୁଲ ହେବା ଘଟଣାରେ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସମ୍ପୃକ୍ତ ତହସିଲଦାର ବୁଲବୁଲ ବେହେରା ଙ୍କୁ ଚାକିରୀରୁ ନିଲମ୍ବିତ କଲେ । ସୂଚନା ଅନୁଯାୟୀ ନିଜ ଭାଇ ବାହାଘରରେ କଟକଣାକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା . ବର୍ତମାନ କୋଭିଡ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ସରକାର ବିଭିନ୍ନ ନିୟମ ଲାଗୁ କରିଛନ୍ତି l କିନ୍ତୁ ଖୋଲାଖୋଲି ଏହି ନିୟମକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା l ସୂଚନା ମୁତାବକ ଗତ ମେ 21ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗୀନ ଡ୍ୟାନ୍ସରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା l ମହାଶୟା ନିଜେ ରାସ୍ତାରେ ବିନା ମାସ୍କରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ବେଳେ ପୁଣି ନିଜେ ବିନା ମାସ୍କରେ ଥିବା ବରଯାତ୍ରୀଙ୍କ ସହ ଗାଁ ଦାଣ୍ଡରେ ନାଗୀନ ଡାନ୍ସ ନାଚିବା କେତେଦୂର ଯୁକ୍ତିଯୁକ୍ତ ? ଏହାକୁ ନେଇ ସ୍ଥାନୀୟ ଲୋକେ ଉଠାଇଥିଲେ ପ୍ରଶ ! କେଉଁଠି ସାଧାରଣ ଲୋକଙ୍କ ଭୋଜି ଭାତକୁ ପ୍ରଶାସନିକ ଅଧିକାରୀ ମାନେ ନର୍ଦ୍ଦମାରେ ଢାଳି ଦେଉଥିବା ବେଳେ ଏଠି ନିଜେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ରାତିରେ ବରଯାତ୍ରୀରେ ଯାଇ ବିନା ମାସ୍କ ଓ ସାମାଜିକ ଦୂରତାକୁ ଭୁଲିଯାଇ ଲୋକଙ୍କ ସହ ନାଚିବା ଏବଂ ତା ସହିତ ଭୋଜିରେ ମଧ୍ୟ ଯୋଗଦେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ମଧ୍ୟ ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଜଗସିଂହପୁର ପୋଲିସ ଘଟଣା ସ୍ଥଳକୁ ଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଫେରି ଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ତହସିଲଦାରଙ୍କୁ ଚାକିରୀରୁ ନିଲମ୍ବିତ କରିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ଏ ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କୁ ପଚାରିଥିଲେ ହେଁ ସେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here