ଜନ୍ମଭୂମି ଓଡ଼ିଶା କୁ ଫେରିଲେ ୮ ପ୍ରବାସୀ ଓଡିଆ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଭାରତୀୟ ଦୂତାବାସ, ଓଡ଼ିଶା ସରକାର, ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଓ ଜିସିସି ସଙ୍ଘ- ଜିଓଏ ଙ୍କ ଉଦ୍ୟମରେ ଦୁବାଇରୁ ନିଜର ଜନ୍ମମାଟିକୁ ଫେରିଛନ୍ତି ଦୁବାଇରେ ଫସିଥିବା ୮ ଜଣ ପ୍ରବାସୀ ଓଡିଆ ଯୁବକ । ଗତ ୪ ତାରିଖରେ ଏମାନଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ମେ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଦ୍ଵାରା ଦୁବାଇ ଯାଇଥିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଲଢାଳିଆ ଗ୍ରାମର ସ୍ବର୍ଗତ ସୁରେଶ ଦାସଙ୍କ ପୁଅ ମରୁତ ଦାସ, ନିମପୁର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା, ଜଗତସିଂହପୁର ଜିଲ୍ଲାର ନେହୁଳିଆ ଗ୍ରାମର ଶତ୍ରୁଘ୍ନ ସାମଲଙ୍କ ପୁଅ ନାରାୟଣ ସାମଲ, କଟକ ଜିଲ୍ଲାର କଳପଡା ଗ୍ରାମର ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ପୁଅ ମିଟୁ ପଟ୍ଟନାୟକ, କୋରପଡା ଗ୍ରାମର ବିମ୍ବାଧର ହାତୀଙ୍କ ୩ ପୁଅ ରମେଶ ହାତୀ, ନରେଶ ହାତୀ, ବିଚିତ୍ରାନନ୍ଦ ହାତୀ ଓ କୁଳସରିଚୁହାଁ ଗ୍ରାମର ଦୂଶାସନ ପ୍ରଧାନଙ୍କ ପୁଅ ପିତବାସ ପ୍ରଧାନ । କିନ୍ତୁ ଦୁବାଇ ରେ ପହଞ୍ଚିବା ପରେ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ । ଅନିଚ୍ଛା ପ୍ରକାଶ କରିବାରୁ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ସେମାନେ ବହୁ ଦୁଃଖ କଷ୍ଟରେ ଏକ ମସଜିଦରେ ଆଶ୍ରୟ ନେଇଥିଲେ। ନିରୁପାୟ ହୋଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାର, ଭାରତ ସରକାର, ସ୍ଥାନୀୟ ଓଡ଼ିଆ ସଙ୍ଗ, କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ବାସ୍ତବରେ, ମାନବ ସେବା ହିଁ ମାଧବ ସେବା | ସର୍ବଶେଷରେ ଏହି ମହତ୍ତ୍ଵ ସେବା କାର୍ଯ୍ୟରେ ୮ ପ୍ରବାସୀ ଓଡ଼ିଆ ନିଜର ଜନ୍ମଭୂମି କୁ ସୁରକ୍ଷିତ ରେ ଫେରିଥିବା ରୁ ପରିବାର ସଦସ୍ୟମାନେ ଭାରତୀୟ ରାଷ୍ଟ୍ରଦୂତ ଓ ଭାରତୀୟ ଦୂତାବାସ ସଦସ୍ୟ, ଓଡ଼ିଶା ସରକାର, ଭାରତ ସରକାର, କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ, ସ୍ଥାନୀୟ ଜିସିସି ଓଡ଼ିଆ ସଙ୍ଘ ଜିଓଏ ର ସମସ୍ତ ସଦସ୍ୟ ଙ୍କୁ ପରିବାର ର ସଦସ୍ୟ ଓ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସଭାପତି ( ଭାରତୀୟ ପ୍ରବାସୀ ପରିଷଦ ଓଡ଼ିଶା ସଙ୍ଘ- କୁଏତ/ ୱାର୍ଲ୍ଡ ଓଡ଼ିଶା ସୋସାଇଟି – କୁଏତ/ ଭାରତ ସେବା ଦର୍ଶନ ଚାରିଟେବୁଲ ଟ୍ରଷ୍ଟ /ଆନ୍ତ୍ରଜ୍ରାତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା ) ନିଜର କୃତ୍ତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *