ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଆସୁଛି ଶ୍ରାବଣ ମାସ , ଚଳ ଚଞ୍ଚଳ ପ୍ରତିଟି ଶୈବ ପୀଠ । ମହାଦେବ ଙ୍କ ମସ୍ତକ ରେ ଜଳ ଲାଗି କରିବେ ହଜାର ହଜାର କାଉଡ଼ିଆ ଭକ୍ତ । ସେଥିଲାଗି ଚଳ ଚଞ୍ଚଳ ହୋଇ ଉଠିଛି କଟକ ଜିଲ୍ଲା ବଡ଼ମ୍ବା ଅଧୀନସ୍ଥ ଗୋପୀନାଥପୁର ର ପ୍ରସିଦ୍ଧ ଶୈବ ପୀଠ ବାବା ସିଂହନାଥ ପୀଠ । ହଜାର ହଜାର ଭକ୍ତ ଙ୍କ ସୁରକ୍ଷା ଲାଗି ପ୍ରାକ ପ୍ରସ୍ତୁତି ବୈଠକ ବାବା ସିଂହନାଥ ପୀଠରେ ଥିବା OTDC ବଙ୍ଗଳା ରେ ଆୟୋଜିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ଦେବୋତ୍ତର ବିଭାଗ ଅଧିକାରୀ ତଥା ବଡମ୍ବା ତହସିଲଦାର ସ୍ୱାସତ ରଞ୍ଜନ ଦାସ , ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର, ମନ୍ଦିର କମିଟି ସଭାପତି ଜଳଧର ରଣା , 30 ନମ୍ୱର୍ ଜୋନ ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ନାୟକ, ପଞ୍ଚାନନ କମିଟି ସଭାପତି ନିରଞ୍ଜନ ଶତପଥୀ, ଦେବୋତ୍ତର ସୁପର ଭାଇଜର , ସ୍ଥାନୀୟ ଡାକ୍ତର, RWSS ଅଧିକାରୀ, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ମନ୍ଦିର ସେବାୟତ ଓ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୋଲବମ୍ ଭକ୍ତ ମାନେ କିଭଳି ଭାବେ ଶାନ୍ତି ଶୃଙ୍ଖଳା ରେ ଜଳ ଲାଗି କରିବେ ଏବଂ ଭକ୍ତ ମାନଙ୍କ ସୁବିଧା ଦୃଷ୍ଟି ରୁ ପାନୀୟ ଜଳ ବ୍ୟବସ୍ଥା ଆଲୋକୀକରଣ ଓ ଆନୁସଙ୍ଗିକ ବିଷୟ ରେ ଆଲୋଚନା କରାଯାଇଥିଲା । ପୂଜା ସମୟରେ କାର୍ଯ୍ୟକ୍ରମ ରେ ପଲିଥିନ ଉପରେ ରୋକ ଲଗାଇବା ସହ ମନ୍ଦିର ପରିସର ସଫା ରଖିବା ପାଇଁ ତହସିଲଦାର ନିର୍ଦେଶ ଦେଇଛନ୍ତି ।