ପାରଳାଖେମୁଣ୍ଡି ରେ ଗ୍ରାହକ ସଚେତନତା ସମ୍ୱନ୍ଧୀୟ ଆଲୋଚନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତୀୟ ମାନକ ବ୍ୟୁରୋ, ଭୂବନେଶ୍ୱର ଦ୍ଵାରା ଏକ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସ୍.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏସ୍. ସହଯୋଗରେ ଏହି କାର୍ଯ୍ୟକ୍ରମରେ ଓଡିଶା ଶାଖାର ନିର୍ଦ୍ଦେଶକ ଏ. କେ. ପୁରୋହିତ ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ । ସାଧାରଣ ଜିନିଷ କିଣିଲା ବେଳେ ସାବଧାନତା କୁ ହିଁ ପ୍ରାଧାନ୍ଯ ଦେବା ଉଦ୍ଦେଶ୍ଯରେ ବିଭିନ୍ନ ଉଦାହରଣ ସହ ବୁଝାଇଥିଲେ ଆଲୋଚକ । ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ପଂଚାୟତ ପ୍ରତିନିଧି, ବ୍ୟବସାୟୀ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ଏସ୍. ଡବ୍ଲ୍ୟୁ. ଡବ୍ଲ୍ୟୁ. ଏସ୍. ର ସଭାପତି ଡ. ଡି. ଜଗନ୍ନାଥ ରାଜୁ ଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମାଜସେବୀ ଭାଗବତ ପାଢୀ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *