ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ସୌଦାମିନୀ ପଣ୍ଡା ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ବୃନ୍ଦ, ମହାବିଦ୍ୟାଳୟ ର ଅଧ୍ୟକ୍ଷା , ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀମାନେ ବିଦାୟୀ ଅଧ୍ୟାପିକା ଶ୍ରୀମତି ପଣ୍ଡାଙ୍କ ଅଧ୍ୟାପନା ଅନୁଭୂତିର ସ୍ମୃତିଚାରଣ କରିଥିଲେ । ସଭାରେ ଅଧ୍ୟକ୍ଷତା କରିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଶ୍ରୀମତି ପଣ୍ଡାଙ୍କ ସହିତ ଜଡ଼ିତ ସହକର୍ମୀର ଅନୁଭୂତି ବଖାଣିବାକୁ ଯାଇ ସେ ଜଣେ ଛାତ୍ରୀବତ୍ସଳା, ଅମାୟିକା ପରୋପକାରୀ,ସମାୟାନୁବର୍ତ୍ତା, ଶୃଙ୍ଖଳିତ ସହଭାଗିତା ସହନଶୀଳା ବ୍ୟକ୍ତିତ୍ବ ଥିଲେ ବୋଲି କହିଥିଲେ । ଛାତ୍ରୀମାନେ ଶ୍ରୀମତି ପଣ୍ଡାଙ୍କ ଅଧ୍ୟାପନା ଶୈଳୀ ଓ ବାଗ୍ନିତା ଦ୍ବାରା ଉପକୃତ ହୋଇପାରିଛନ୍ତି କହିଥିଲେ । ବିଦାୟୀ ଅଧ୍ୟାପିକା ଶ୍ରୀମତି ସୌଦାମିନୀ ପଣ୍ଡାଙ୍କୁ ଉପଢୌକନ ମାନପତ୍ର ସ୍ମାରକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କି ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *