ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବି. ସୀତାପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ହୋଇଯାଇଛି । ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସଚେତନତା ରାଲି ଗ୍ରାମରେ କରାଯାଇଥିଲା । ପରେ ସମସ୍ତ ପ୍ରକାର ସୁଷମ ଖାଦ୍ୟ ଶସ୍ୟଜାତୀୟ, ପନିପରିବା, ଫଳ ପାଚିଲା, ଶାଗ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା । ଏହି ଦିବସ ସାରା ବିଶ୍ୱରେ କିପରି ପାଳନ ହେଉଛି ଏବଂ ଏହି ଦିବସର ମୂଳ ଲକ୍ଷ୍ୟ ହେଲା ମାଆ ଓ ଶିଶୁ ମୃତ୍ୟୁ ହାର କମାଇବା ଓ କୁପୋଷଣ ଦୂର କରିବା, ଶିଶୁ ଜନ୍ମ ପରେ ମାଆ ଶିଶୁକୁ କସ କ୍ଷୀର ଦେବା, 6 ମାସ ଶିଶୁକୁ ମାଆ କ୍ଷୀର ହିଁ ଖୁଆଇବା ଉଚିତ ବୋଲି ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଞ୍ଚ କମିଟି ମେମ୍ବର ମନୋରଞ୍ଜନ ପଣ୍ଡା, ସଭାପତି ଟି. ଡିଲେଶ୍ୱରୀ, ଏନ.ଜଗନ୍ନାଥ ରାଓ, ଏନ. ତ୍ରିବେଣୀ, ଭି. ନାରାୟଣ ରାଓ, ସବିତା ପଣ୍ଡା ପ୍ରମୁଖଙ୍କ ସମେତ ହିତାଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ THR . MSPY ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ 1 ଅଗଷ୍ଟ ରୁ 7 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।